Latest Odisha News

BREAKING NEWS

ରାଜଧାନୀକୁ ଫେରିଲା ପଥୋତ୍ସବ, ଭଳିକି ଭଳି କାର୍ଯ୍ୟକ୍ରମରେ ଜନପଥ ଲୋକାରଣ୍ୟ

ଭୁବନେଶ୍ୱର : ରାଜଧାନୀକୁ ଫେରିଲା ପଥୋତ୍ସବ । ଆଜି ସକାଳୁ ସକାଳୁ ରାଜଧାନୀ ଜନପଥ ହୋଇଥିଲା ଲୋକାରଣ୍ୟ । ବଡ଼ଦିନ ପାଇଁ ଲୋକଙ୍କ ମନରେ ଖୁବ ଉତ୍ସାହ ଭରିଯାଇଛି । ପଥୋତ୍ସବରେ ଭଳି କି ଭଳି କାର୍ଯ୍ୟକ୍ରମ ଲୋକଙ୍କୁ ଆକର୍ଷିତ କରିଛି । କେଉଁଠି ନାଚ ଗୀତ ତ କେଉଁଠି କ୍ରୀଡ଼ା କସରତ । ଚିତ୍ରାଙ୍କନ ପ୍ରତିଯୋଗୀତା ସହିତ ସ୍ୱାସ୍ଥ୍ୟ ଶିବିର  ଲୋକଙ୍କ ମନ ମୋହିଛି ।

ଅନେକ ସ୍ଥାନରେ ଭଜନ, ଆଧୁନିକ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି କଳାକାର । ହକି ବିଶ୍ୱ କପ୍ ପାଇଁ ରାଜଧାନୀକୁ ସୁନ୍ଦର ଭାବେ ସଜାଯାଉଛି । ଏହି ସମୟରେ ଶୀତକୁ ଖାତିର ନକରି ଜନପଥକୁ ଛୁଟିଛନ୍ତି ରାଜଧାନୀବାସୀ । କୁନି କୁନି ପିଲା ସ୍କେଟିଂ କରି ଏପଟ ସେପଟ ଘୁରି ବୁଲୁଛନ୍ତି । ଆଗକୁ ପ୍ରତି ରବିବାର ପଥୋତ୍ସବ ହେବ  । ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମେୟର, କମିଶନର, ବିଧାୟକ ଓ ମନ୍ତ୍ରୀ ।

ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ସମ୍ୱଲପୁରୀ ଡ୍ୟାନ୍ସ ଗ୍ରୁପ, ରକ୍ ବ୍ୟାଣ୍ଡ ସହିତ ଓଡ଼ିଶୀର ତାଳେ ତାଳେ ଝୁମିଥିଲେ କଳାକାର ଓ ଦର୍ଶକ ।

Leave A Reply

Your email address will not be published.