ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏଥି ସହିତ ସେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ସନ୍ଧ୍ୟାରେ ଏହି କଳାକୃତିକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଅବସରରେ ସୁଦର୍ଶନ କହିଥିଲେ ଯେ, ଗତ ୨୨ ବର୍ଷ ହେଲା ଖ୍ରୀଷ୍ଟମାସ ଅବସରରେ ସେ ପୁରୀ ବେଳାଭୂମିରେ ସାନ୍ତାକ୍ଲଜ୍ ତିଆରି କରିଥାନ୍ତି। ପ୍ରଥମ ଥର ପାଇଁ ପୁରୀ ବାହାରେ ତଥା ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ସାନ୍ତାକ୍ଳଜ ପ୍ରସ୍ତୁତ ହୋଇଛି। ପ୍ରାୟ ୧୫ ଶହ କିଲୋ ଟମାଟୋ ବ୍ୟବହାର କରାଯାଇଛି। ୨୭ ଫୁଟ ଉଚ୍ଚ ଏବଂ ୬୦ ଫୁଟ ପ୍ରଶସ୍ତ ଏହି ସାନ୍ତାକ୍ଳଜକୁ ତିଆରି କରିବା ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା। ବିଶ୍ୱ ରେକର୍ଡରେ ଏହା ସ୍ଥାନ ପାଇବା ନେଇ ଆଶା ରହିଥିବା ସେ କହିଛନ୍ତି।
BREAKING NEWS
- ସମ୍ଭାବ୍ୟ ବାତ୍ୟା ମୁକାବିଲା; ୭୪ ODRAF ଓ ୧୪ NDRF ଟିମ୍ ପ୍ରସ୍ତୁତ
- ଡିଜିଟାଲ ବଜାରରେ ମିଳିବ ‘ସୁଭଦ୍ରା ଶକ୍ତି’ ଉତ୍ପାଦ
- ଭୁଲବଶତଃ ବାଂଲାଦେଶ ସୀମାକୁ ଚାଲିଗଲେ ବିଏସଏଫ୍ ଯବାନ;ଫ୍ଲାଗ୍ ମିଟିଂ ପରେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ
- ଘରର ବିଭିନ୍ନ ସ୍ଥାନରୁ ୧୦ କୋଟିର ବ୍ରାଉନସୁଗର ଜବତ, ୨ ଗିରଫ
- ସମ୍ଭାବ୍ୟ ବାତ୍ୟା ‘ଅକବାନ’; ୩ ଦିନ ପାଇଁ ଖାଦ୍ୟ, ପାଣି, ଔଷଧ ଓ ଜରୁରୀ କାଗଜପତ୍ର ରଖିବାକୁ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ
- ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬: ପଞ୍ଜୀକରଣର ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି
- ବ୍ରହ୍ମପୁର MKCG ମେଡିକାଲରେ ମୋବାଇଲ୍ ବ୍ୟାନ, ଡ୍ୟୁଟି ସମୟରେ…
- ଫୁଟପାଥକୁ ଅବରୋଧମୁକ୍ତ ରଖିବାକୁ ରାଜ୍ୟ ସରକାର ନେଲେ ନୂଆ ପଦକ୍ଷେପ
- ୧୦୦୦ କେଜି ସିଲ୍ ‘ନୀଲ’: ଅଷ୍ଟ୍ରେଲିଆରେ ମିଳିଲା କାନୁନି ସୁରକ୍ଷା, ଏବେ ୩୦ ମିଟର ଦୂରରୁ ଦେଖିବାକୁ ମିଳିବ
- କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ବହୁତ ମହଙ୍ଗା, ଜାଣନ୍ତୁ କାହିଁକି ଏପରି କହିଲେ ଫାଫ୍ ଡୁ ପ୍ଲେସିସ୍?
Comments are closed.