ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧିକାରୀମାନେ ଗୁରୁବାର ଦିନ ପଟିଆ ସ୍ଥିତ ବିଗ୍ ବଜାର ସପିଂ ମଲକୁ ସିଲ୍ କରିଦେଇଛନ୍ତି ।
ବିଏମସିର ସୂଚନାନୁଯାୟୀ ସପିଂ ମଲରେ ଅଗ୍ନି ସୁରକ୍ଷା ମାନଦଣ୍ଡ, ପାର୍କିଂ ନିୟମ ଓ ସୁରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ନିୟମାବଳୀର ଉଲଂଘନ କରାଯାଇଥିଲା ।
ମଲକୁ ସିଲ୍ କରିବା ଲାଗି ଆଜି ସକାଳ ୮ଟାରୁ ଅଭିଯାନ ଆରମ୍ଭ କରାଯାଇଛି ।
“ସମ୍ପୂର୍ଣ୍ଣ ବିଲ୍ଡିଂକୁ ସିଲ୍ କରିବା ଲାଗି ଆମକୁ ଆଉ ଏକ ଘଣ୍ଟା ସମୟ ଲାଗିବ । ଏହାବ୍ୟତିତ ସମସ୍ତ ଦୋକାନୀଙ୍କୁ ମଲ୍ ଖାଲି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି” ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
Comments are closed.