Latest Odisha News

BREAKING NEWS

ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମ ପରିବର୍ତ୍ତନ ପାଇଁ ପଟିଦାର ଆନ୍ଦୋଳନ

ଅହମଦାବାଦ: ମୋଟେରା ଷ୍ଟାଡିୟମ ନାମକରଣକୁ ବିରୋଧ କରି ପଟିଦାର ମାନେ ରବିବାର ଠାରୁ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଗତ ବର୍ଷ ବିଶ୍ୱର ଏହି ବୃହତ୍ତ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ଏହାକୁ ଘୋର ବିରୋଧ କରାଯାଇଥିଲା । କାରଣ ପ୍ରଥମେ ଏହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ଥିଲା ।

କିନ୍ତୁ ଗତ ବର୍ଷ ଏହାର ଉନ୍ନତିକରଣ କରାଯାଇ ଏହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ସହ ତାଙ୍କ ନାମରେ ନାମିତ କରାଯାଇଥିଲା । ବିରୋଧୀ ଦଳ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ଲୋକେ ଏହାକୁ ବିରୋଧ କରିଥିଲେ ।

ଏବେ ପଟିଦାର ସଂଗଠନ ‘ସର୍ଦ୍ଦାର ସମ୍ମାନ ସଂକଳ୍ପ ଆନ୍ଦୋଳନ ସମିତି’ ରବିବାର ଠାରୁ ତୀବ୍ର ବିରୋଧ କରିବାକୁ ଯାଉଛି । ସରକାରଙ୍କୁ ଷ୍ଟାଡିୟମର ନାମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବ ବୋଲି ସଂଗଠନ କହିଛି । ଯଦି ଏହା ପରିବର୍ତ୍ତନ ନ ହୁଏ- ଆନ୍ଦୋଳନ ଆହୁରି ତୀବ୍ରତର ହେବ । ସୁରତର ସ୍ୱରାଜ ଆଶ୍ରମ ଠାରୁ ଅହମଦାବାଦର ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ହେବ ।

ସଂଗଠନ କହିଛି ଯେ- ଷ୍ଟାଡିୟମ ହେଉ ହେଲେ ନାମ ପରିବର୍ତ୍ତନ ନ ହେଉ । ସଂଗଠନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଏ କିନ୍ତୁ ସର୍ଦ୍ଧାର ପଟେଲଙ୍କୁ ଅପମାନ କରିବାର ଅଧିକାର କାହାର ନାହିଁ । ତେଣୁ ଏହି ଷ୍ଟାଡିୟମର ନାମ ଖୁବ ଶୀଘ୍ର ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛି ପଟିଦାର ସଂଗଠନ ।

Leave A Reply

Your email address will not be published.