Latest Odisha News

BREAKING NEWS

ଗାଁକୁ ନାହିଁ ରାସ୍ତା, ନଦୀ ପାର୍‌ ହେବା ପାଇଁ ଭାରରେ ବୁହା ହେଲେ ରୋଗୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ । ବାରମ୍ବାର ଏଭଳି ଚିତ୍ର ସମ୍ନାକୁ ଆସୁଥିବା ବେଳେ ସ୍ଥିତି ସୁଧୁରୁନି। ଯାତାୟତ ପାଇଁ ନା ଗାକୁ ଅଛି ରାସ୍ତା ନା ନିର୍ମାଣ ହୋଇପାରୁଛି ପୋଲ । ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଆଣ୍ଠୁଏ ପାଣି ଭିତରେ ପଶି ନଦୀ ପାର୍‌ ହୋଇ ଯିବାକୁ ପଡ଼ିଥାଏ  । ଏ ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଦୀଗୁଭଦ୍ରାପଲ୍ଲୀ ଗାଁର  ଦୃଶ୍ୟ  ।

ଦୀଗୁଭଦ୍ରାପଲ୍ଲୀ ଗାଁର ଗଣେଶ ମାଣ୍ଡିଙ୍ଗା ଅସୁସ୍ଥ ଥିଲେ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ  ତାଙ୍କୁ ମେଡିକାଲ ନେବା ପାଇଁ  ତିନି କିଲୋମିଟର ଭାରରେ ବୁହା ହେବା ପରେ  ଏକ ଅଟୋ ସାହାଯ୍ୟରେ ନିଆଯାଇ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଆନ୍ଦ୍ରା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି  ।

ସମସ୍ତଙ୍କୁ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିବା ବେଳେ ସରକାରଙ୍କ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି ଦୀଗୁଭଦ୍ରାପଲ୍ଲୀ ଗ୍ରାମବାସୀ  ।

Comments are closed.