Latest Odisha News

BREAKING NEWS

ହସ୍ପିଟାଲ ଛାତରୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା

ଅନୁଗୁଳ: ହସ୍ପିଟାଲ ଛାତରୁ ତଳକୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଚିକୁନ ବିଶ୍ୱାଳ ।

ସୂଚନା ଅନୁସାରେ, ଗତକାଲି ସାନିଟାଇଜର ପିଇ ଦେଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହୋଇଯାଇଥିଲା । ଆଜି ପ୍ରାୟ ଭୋର ସମୟରେ ସେ ପାଞ୍ଚମହଲା ଛାତରୁ ତଳକୁ ଡ଼େଇଁ ପଡ଼ିଥିବା ଜଣାପଡ଼ିଛି । ସେଠାରୁ ସୁରକ୍ଷାକର୍ମୀ ତାଙ୍କୁ ଚିକିତ୍ସା ପାଇଁ ଆଣିଥିଲେ । ସେହି ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଚିକୁନଙ୍କ ଘର ଅନୁଗୁଳ ଜିଲ୍ଲାରୁ ଗୋତମରା ଗାଁରେ ବୋଲି ଜଣାପଡ଼ିଛି । ଚିକିତ୍ସାଳୟରେ ରୋଗୀ କିପରି ଛାତରୁ ଡ଼େଇଁଲେ ତାକୁ ନେଇ ପ୍ରଶ୍ନ ଉଠିଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.