Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ମେ ୧୩ ତାରିଖରୁ ସ୍ୱାଭାବିକ କାର୍ଯ୍ୟ ଚାଲିବ

କଟକ: ଓଡ଼ିଶା ହାଇକୋର୍ଟରେ ମେ ୧୩ ତାରିଖଠାରୁ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲୁହେବା ନେଇ ସୂଚନା ମିଳିଛି ।

ବାତ୍ୟା ଫନି ସମ୍ପର୍କରେ ଆଗୁଆ ସୂଚନା ଭାରତୀୟ ପାଣିପାଗ ପକ୍ଷରୁ ପାଇବା ପରେ ମେ ୨ ଏବଂ ୩ ତାରିଖ ଦୁଇଦିନ ଧରି ହାଇକୋର୍ଟ ବନ୍ଦ ରହିଥିଲା । ପୁରୀଠାରେ ବାତ୍ୟା ଫନି ସ୍ଥଳପଥ ଛୁଇଁବା ପରଠାରୁ କଟକରେ ବାତ୍ୟାର ପ୍ରକୋପ ମଧ୍ୟ ଅଧିକ ରହିଥିଲା । ହାଇକୋର୍ଟ ପରିସର ଏବଂ ଜିଲ୍ଲା ଅଦାଲତ ତଥା ହାଇକୋର୍ଟ ବାର୍ ଆସୋସିଏସନରେ ବାତ୍ୟା ଯୋଗୁଁ ଅନେକ କ୍ଷତି ପହଞ୍ଚିଥିବା ସହିତ ବିଭିନ୍ନ ଦରକାରୀ ଆସବାବ ପତ୍ର ଭାଙ୍ଗିରୁଜି ଯାଇଛି ।

କଟକ ସହର ସମେତ ହାଇକୋର୍ଟ ପରିସରରେ ଏବେ ଅଦ୍ଧାର ରାଜୁତି କରୁଥିବା ବେଳେ ଏଠାରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।

ବାତ୍ୟା ସମୟରେ ପଚଣ୍ଡ ବେଗର ପବନ ହାଇକୋର୍ଟ ଅଟ୍ଟାଳିକା ଉପରେ ଲାଗିଥିବା ଜାତୀୟ ପତାକାକୁ ମଧ୍ୟ ତିନିଫାଳ କରିଦେବା ଫଳରେ ଏହାର ସମ୍ପୂର୍ଣ୍ଣ ରୂପେ ଚିରିଯାଇଛି ।

କୋର୍ଟ ୧୦ ତାରିଖ ଯାଏଁ ବନ୍ଦ ରହିଥିଲେ ମଧ୍ୟ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଛୁଟି ଦିବସ ରହିଥିବା ଯୋଗୁଁ ମେ ୧୩ ତାରିଖରେ ଅଦାଲତ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁ ହେବ ।

Leave A Reply

Your email address will not be published.