Latest Odisha News

BREAKING NEWS

ପାଟକୁରା ନିର୍ବାଚନ: ଜାଣନ୍ତୁ, କଂଗ୍ରେସ ଲାଗି କେଉଁମାନେ ହେଲେ ଷ୍ଟାର ପ୍ରଚାରକ

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଦଳ ମଧ୍ୟ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି ।

ଏନେଇ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଏହି ତାରକା ପ୍ରଚାରକଙ୍କ ତାଲିକାରେ ରହିଛନ୍ତି:-

ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶା କଂଗ୍ରେସର ଅତିରିକ୍ତ ପ୍ରଭାରୀ ଟି.ଏସ୍. ସିଂହଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଜି. ରୁଦ୍ର ରାଜୁ, ଶରତ ରାଉତ, ଡ. ବିଶ୍ୱରଂଜନ ମହାନ୍ତି, ଭକ୍ତ ଚରଣ ଦାସ, ରଞ୍ଜିବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ମହମ୍ମଦ ମୋକିମ୍, ଡ. ସି.ଏସ୍.ରାଜନ ଏକ୍କା, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଧରଣୀଧର ନାୟକ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସସ୍ମିତା ବେହେରା, ଭୁଜବଳ ମାଝୀ, ବିରେନ୍ ସେନାପତି, ହମିଦ୍ ହୁସେନ୍, ଶୁଭେନ୍ଦୁ ମହାନ୍ତି, ସତ୍ୟପ୍ରକାଶ ନାୟକ, ଅରିନ୍ଦମ ସର୍କେଲ, ଜ୍ଞାନଦେବ ବେହୁରା, ଅମିୟ ପାଣ୍ଡବ ଓ ମନୀଷା ତ୍ରିପାଠୀ ପ୍ରମୁଖ ରହିଛନ୍ତି ।

Comments are closed.