Latest Odisha News

ପ୍ରିୟଦର୍ଶୀ ଆମେରିକାରେ କହିଲେ ଓଡ଼ିଶା ସରକାରଙ୍କ ସଫଳତାର କାହାଣୀ

ନ୍ୟୁଜର୍ସି : ‘ଓଡିଶା ସୋସାଇଟି ଅଫ୍ ଆମେରିକା’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟଲାଣ୍ଟା ସିଟିର ନ୍ୟୁଜର୍ସି ହେରା ରିସୋର୍ଟ୍ସରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବର ‘ଓଡିଶା ଡେଭଲପମେଣ୍ଟ ଡେ’ ଆଲୋଚନାରେ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।

ସେ ଇନଭେଷ୍ଟ ଓଡିଶା, ମେକ୍ ଇନ୍ ଓଡିଶାର ସଫଳତା, ଷ୍ଟାଟ୍ ଅପ୍ ଓଡିଶା, ମୋ ସ୍କୁଲ କାର୍ଯ୍ୟକ୍ରମ, ଉଚ୍ଚ ଶିକ୍ଷାର ବିକାଶ ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୁଷ୍ଠାନ ସ୍ଥାପନ ଏବଂ ସରକାରଙ୍କ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ‘ଫନି’ର ସଫଳ ମୁକାବିଲା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶା ସୋସାଇଟି ଅଫ୍ ଆମେରିକାର ସଭାପତି ଲଲାଟେନ୍ଦୁ ମହାନ୍ତି, ସେମିନାର କମିଟିର ଅଧ୍ୟକ୍ଷ ଦୁର୍ଗା ମିଶ୍ର, ଅଜୟ କୁମାର ମହାନ୍ତି, ଲାଲୁ ମାନସିଂହ, ସୁକାନ୍ତ ମହାପାତ୍ର, କୁକୁ ଦାଶ, ଚିତ ବଳ, ତ୍ରୈଲୋକୀ ପାଣ୍ଡେ, ସୂର୍ଯ୍ୟ ମହାପାତ୍ର, ଦାମୋଦର ଆଚାର୍ଯ୍ୟ, ଧୀରେନ୍ଦ୍ର କର, ବିମଳ ମିଶ୍ର, ବି.କେ ଦାଶ, ଲରି ଏଡମଣ୍ଡ, ଚିଦାନନ୍ଦ ଖଟୁଆ, ନିଶିକାନ୍ତ ସାହୁ, ସରୋଜ ପଣ୍ଡା, ସୁଶାନ୍ତ ରାଉତରାୟ, ଆଶୁତୋଷ ଦତ୍ତ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.