Latest Odisha News

ବଜେଟ ଆଗତ କରୁଥିଲେ ସମ୍ରାଟ, ଏପଟେ ଇସାରାରେ ତେଜସ୍ୱୀଙ୍କ ସହ କଥା ହୋଇଗଲେ ନୀତୀଶ

ପାଟନା: ବିହାର ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ସୋମବାର ବିଧାନସଭାରେ ବିହାର ସରକାଙ୍କ ଅନ୍ତିମ ବଜେଟ ଆଗତ କରିଥିଲେ। ଏଥର ବଜେଟର ଆକାର ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା । ସମ୍ରାଟ ଚୌଧୁରୀ 3 ଲକ୍ଷ 17 ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ମହିଳା, କୃଷକ, ଯୁବକଙ୍କ ସମେତ ଅନ୍ୟ ବର୍ଗଙ୍କ ପାଇଁ ବଜେଟରେ ବଡ଼ ବଡ଼ ଘୋଷଣା କରାଯାଇଛି। ହେଲେ ବିହାର ବଜେଟ ଅଧିବେଶନ ଚାଲିଥିଲା ବେଳେ ଏକ କୌତୁହଳ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ସମ୍ରାଟ ଚୌଧୁରୀ ବଜେଟ ଆଗତ କରୁଥିଲେ, ଏହି ସମୟରେ ବିଧାନସଭାରେ ଯାହା ହେଲା ତାକୁ ନେଇ ଚର୍ଚ୍ଚା ଜୋର ହେଉଛି। ବିଧାନସଭାରେ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଭିତରେ ଇସାରା ଇସାରାରେ ଅନେକ କଥା ଘଟିଥିବା ଦେଖିବାକୁ ମିଳିଛି।

ସମ୍ରାଟ ଚୌଧୁରୀ ବଜେଟ ଆଗତ କରୁଥିବା ସମୟରେ ତାଙ୍କ ପାଖରେ ବସିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଉ ଏହି ସମୟରେ ନୀତୀଶ, ତେଜଶ୍ୱୀଙ୍କୁ କିଛି ଇସାରା କରୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ ତେଜସ୍ୱୀଙ୍କୁ ହସି ହସି କିଛି ଇସାରା କରୁଥିଲେ। କେବଳ ଏତିକି ନୁହେଁ ହାତ ହଲାଇ ବାରମ୍ୱାର କିଛି ଇସାରା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ନୀତୀଶଙ୍କ ଇସାରା ପରେ ତେଜସ୍ୱୀ ମଧ୍ୟ ହସି ହସି କିଛି କହୁଥିବାର ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ନୀତୀଶ ହସି ହସି ତେଜସ୍ୱୀଙ୍କୁ କଣ ଚାଲିଛି ବୋଲି ପଚାରୁଥିଲେ। ଏହାର ଜବାବ ମଧ୍ୟ ହସି ହସି ତେଜସ୍ୱୀ ଦେଇଥିଲେ। ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

ବିଧାନସଭା ଅଧିବେଶନ ସମୟରେ ଏମିତି ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଏଥର ଏପରି ଘଟଣାର ଭିଡିଓ ଭାଇରାଲ ହେବା ପଛର କରାଣ ହେଉଛି ସମ୍ରାଟ ଚୌଧୁରୀ ବଜେଟ ଆଗତ କରୁଥିଲେ। ଏପରି ଭିଡିଓ ଆସିବା ପରେ ଅନେକ ଆକଳନ କରିବା ମଧ୍ୟ ଆରମ୍ଭ ହୋଇଯାଇଛି। ଅନେକ ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ ନୀତୀଙ୍କ ବ୍ୟବହାର ଏମତି। ତାଙ୍କୁ ଯିଏ ଯେତେ କଡ଼ା ବିରୋଧ କରୁଥିଲେ ମଧ୍ୟ ନୀତୀଶ ହସି ହସି ଏହାକୁ ସାମ୍ନା କରିଥାନ୍ତି। ବିରୋଧୀ ଦଳର କୌଣସି ନେତା ଭେଟ ହେଲେ ସେ ହସି ହସି କଥା ହୋଇଥାନ୍ତି।

Comments are closed.