Latest Odisha News

ସମୟ ରୈନାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ହାସ୍ୟ ଅଭିନେତା ସମୟ ରୈନାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଏଥିସହିତ କୋର୍ଟ କହିଛନ୍ତି ଯେ ଆଜିର ଯୁବ ପିଢ଼ି ନିଜକୁ ବହୁତ ବୁଦ୍ଧିମାନ ବୋଲି ଭାବନ୍ତି।

ଭଦ୍ର ବ୍ୟବହାର କର ନଚେତ୍ ତୁମପରି ଲୋକଙ୍କ ସହ କିପରି ବ୍ୟବହାର କରିବା ଦରକାର ଆମକୁ ଜଣାଅଛି। କାନାଡାରେ ସମୟଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ସେ ନିଜ ପକ୍ଷ ରଖିଥିଲେ।

ଅପରପକ୍ଷରେ ଶୁଣାଣି ସମୟରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, ଆଜିର ଯୁବପୀଢି ନିଜକୁ ଅତିଚାଲାକିଆ ଲୋକ ଭାବୁଛନ୍ତି। ଯେ ଆମ ଠାରୁ ସେମାନେ ବେଶୀ ଜାଣନ୍ତି। ଏମାନଙ୍କୁ ଜଣାନାହିଁ ଯେ ଏହି ଅଦାଲତ ପାଖରେ କେତେ କ୍ଷମତା ଅଛି।

ତେବେ ଗତ ଫେବୃଆରୀ ମାସରେ, ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ଏପିସୋଡ୍ ବିବାଦୀୟ ହେବା ପରେ ହାସ୍ୟ ଅଭିନେତା ସମୟ ରୈନା ତାଙ୍କର ପ୍ରଥମ ଶୋ’ରେ ଏହାକୁ ନେଇ ମଜାକ ଉଡାଇଥିଲେ ଏବଂ ଦର୍ଶକ ଟିକେଟ୍ କିଣିବା ଦ୍ବାରା ତାଙ୍କର ଆଇନଗତ ଫିସ୍ ପାଇଁ ଟଙ୍କା ମିଳିଲା ବୋଲି ମଜାରେ ଧନ୍ୟବାଦ ଜଣାଇଥିଲେ। ଏଡମୋଣ୍ଟନରେ ଆୟୋଜିତ ତାଙ୍କ ଶୋ’ ସମୟରେ ରୈନା ସମ୍ପୂର୍ଣ୍ଣ ବିବାଦକୁ ମାକିଦନିଆ ଶୈଳୀରେ ପରିବେଷଣ କରିଥିଲେ। ଯାହାକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ।

Comments are closed.