Latest Odisha News

ପାଟଣାଗଡ ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା ! ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡର ଗୋଟିଏ ପରବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ ମିଳିଛୁ ନୂଆ ନୂଆ ଖିଅ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତକଙ୍କ ଆଉ ୩ ପୁଅ ଗାଁରେ ପହଂଚିଛନ୍ତି । ୩ ପୁଅଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଅଟକ ରଖାଯାଇଥିବା ୨ ଜଣଙ୍କୁ ଚିହ୍ନିବା ସହ ଏମାନେ ହିଁ ହତ୍ୟା କରିଥିବା ୩ପୁଅ ଅଭିଯୋଗ କରିଛନ୍ତି ।

ଗତକାଲି ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ୪ ନାବାଳକ ଥିଲେ  । କମ୍ବଳ ଘୋଡା ଅବସ୍ଥାରେ ଘରର ସବୁ ସଦସ୍ୟ ପଡିଥିଲେ । କମ୍ବଳରେ ରକ୍ତ ଛିଟା ଲାଗିଥିଲା।  ବର୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡିନଥିବାରୁ ମୃତ୍ୟୁକୁ ନେଇ ରହସ୍ୟ ବଢୁଛି ।  

ବଲାଙ୍ଗୀର ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିଲେ ବି  କୌଣସି ଟେର ପାଇନାହିଁ ।  ଦୁର୍ବୃତଙ୍କୁ ଧରିବାକୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି ।  ବାହାରୁ  ଆସି ଏହି ଗାଁରେ ମୃତ ବୁଲୁ ଜାନିଙ୍କ ପରିବାର ରହୁଥିଲେ ।  ଘଟଣାସ୍ଥଳରୁ ବ୍ୟବହୃତ ଗଇଁତି ଜବତ ହୋଇଛି । ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି ।

Comments are closed.