Latest Odisha News

BREAKING NEWS

ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବଢ଼ି ଚାଲିଛି କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ପୁଣି ଥରେ ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି ପାଇଛି ।

ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି। ଅନ୍ୟପକ୍ଷେ ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.