ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଚଳିତ ଥର କରୋନା କଟକଣା ମଧ୍ୟରେ ଉତ୍ସବ ପାଳିତ ହୋଇଛି ।
କରୋନା କଟକଣା ଯୋଗୁଁ କେହି ବାହାରକୁ ବାହାରି ପାରୁନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ ଏଭଳି କିଛି ଫିଲ୍ମ ସମ୍ପର୍କରେ ଯାହା ଆପଣଙ୍କ ମଧ୍ୟରେ ଥିବା ଦେଶଭକ୍ତିକୁ ଜାଗ୍ରତ କରାଇପାରିବ । ଆପଣ ଚାହିଁଲେ ଘରେ ବସି ଚଳଚ୍ଚିତ୍ରର ମଜ୍ଜା ନେଇ ପାରିବେ ।
ପରମାଣୁ-ଦ ଷ୍ଟୋରୀ ଅଫ୍ ପୋଖରନ୍- ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ୍ ଆବ୍ରାହମ୍, ଡାଏନା ପେଣ୍ଟି ଓ ବୋମନ୍ ଇରାନୀ ଭଳି ଷ୍ଟାରକାଷ୍ଟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଯେଉଁଥିରେ ଆମେରିକା ଇଣ୍ଟେଲିଜେନ୍ସି ଏଜେନ୍ସିର ନାକ ତଳେ କିପରି ନ୍ୟୁକ୍ଲିୟର ଅସ୍ତ୍ରର ପରୀକ୍ଷଣ ହୋଇଥିଲା, ତାହା ବର୍ଣ୍ଣିତ ରହିଛି ।
ବର୍ଡର- ବର୍ଡର ଫିଲ୍ମର ଗୀତ ଆଜିବି ଲୋକଙ୍କ ହୃଦୟରେ ଜୀବିତ ହୋଇ ରହିଛି । ମଲ୍ଟି ଷ୍ଟାରର ଏହି ଫିଲ୍ମର ‘ସନ୍ଦେଶେ ଆତେ ହେଁ’ ଗୀତଟି ଲୋକଙ୍କ ଭିତରେ ଦେଶ ଭକ୍ତି ଜାଗ୍ରତ କରାଇ ଦେଇପାରେ । ଚଳଚ୍ଚିତ୍ରରେ ସୈନ୍ୟ ମାନଙ୍କର ଭାବନା, ଜୋଶ ଓ ବଳିଦାନ ଉପରେ ଆଧାରିତ ।
ଉରି: ଦ ସର୍ଜିକାଲ ଷ୍ଟାଇକ୍– ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିକି କୌଶଳ । ଯିଏକି ମେଜର ବିହାନ ସିଂ ଶେରଗିଲ୍ ଚରିତ୍ରରେ ନଜର ଆସିଥିଲେ । ଦେଶଭକ୍ତିରେ ଭରା ଏହି ଫିଲ୍ମର ହାଓ ଇଜ୍ ଦ ଜୋସ୍ ଡାଇଲଗ୍ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲା ।
ରାଜି- ରାଜି ଫିଲ୍ମଟିରେ ଜଣେ କାଶ୍ମୀରି ଝିଅ ପାକିସ୍ତାନ ଆର୍ମି ଅଫିସରଙ୍କୁ ବିବାହ କରିଥାଏ । ଯିଏକି ଭାରତ ପାଇଁ ଜାସୁସି କରିବାକୁ ଯାଇ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରି ଦେଇଥାଏ ।
କେଶରୀ- ଏହି ଫିଲ୍ମଟି ରେ ଅକ୍ଷୟ କୁମାର ଓ ପରିଣିତି ଚୋପ୍ରା ଲିଡ୍ ରୋଲରେ ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଅନୁରାଗ ସିଂହ । ଯାହା ୧୮୯୭ ସେପ୍ଟେମ୍ବର ୨ ତାରିଖରେ ଭାରତର ସାରାଗଡିରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ ।
ଏହାଛଡା ଅବରୁଦ୍ଧ-ଦ ସେଗ୍ ୱିଥଇନ୍, ଦ ଫ୍ୟାମିଲି ମ୍ୟାନ୍, ଦ ଫରଗଟନ୍ ଆର୍ମି, ହଲିଡେ ଭଳି ଅନେକ ଦେଶାତ୍ମବୋଧକ ଫିଲ୍ମ ରହିଛି ।
Comments are closed.