କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ଜିଅନ୍ତା ଜଳି ଯୁବତୀଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସୂଚନାନୁସାରେ ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା । ମାନସିକ ନିର୍ଯାତନାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।
ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି କେନ୍ଦ୍ରାପଡ଼ା ଏସପି କହିଛନ୍ତି ।
ଅନ୍ୟପଟେ ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟକୁ ଆସି ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା କରିବା ସହ ଏସପି ଓ ଅନ୍ୟ କର୍ମଚାରୀଙ୍କୁ ତଦନ୍ତର ଦିଗଦର୍ଶନ ଦେଇଥିଲେ।
ଅଭିଯୋଗ ଅନୁସାରେ, ଗତ ବୁଧବାର ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଜୀବନ ହାରିଥିଲେ ଛାତ୍ରୀ ।
Comments are closed.