Latest Odisha News

BREAKING NEWS

‘ପବିତ୍ର ରିସ୍ତା’ର ଅନ୍ୟତମ ଫେମ୍ ପ୍ରିୟା ମରାଠେଙ୍କ ଦେହାନ୍ତ; କ୍ୟାନ୍ସରରେ ଥିଲେ ପୀଡ଼ିତ

ମୁମ୍ବାଇ: ଟିଭି ସୋ ପବିତ୍ର ରିସ୍ତା ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟା ମରାଠେ କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି।

ତେବେ ସେ କେବଳ ହିନ୍ଦୀ ନୁହେଁ ବରଂ ମରାଠୀ ଇଣ୍ଡଷ୍ଟ୍ରିର ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ମୃତ୍ୟୁ ବେଳେ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁରେ କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ମଧ୍ୟ ମର୍ମାହତ ହୋଇଛନ୍ତି। ସେ ମୁମ୍ବାଇ ସ୍ଥିତ ମୀରା ରୋଡରେ ଥିବା ତାଙ୍କ ଘରେ ମୃତ୍ୟୁବରଣ କରିଥିଲେ।

କିଛି ବର୍ଷ ପୂର୍ବରୁ ସେ କ୍ୟାନ୍ସର ରୋଗରେ ପିଡୀତ ହୋଇଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ। କିନ୍ତୁ ସେ ପୁଣିଥରେ ଏହି ରୋଗର ଶିକାର ହୋଇଥିଲେ ଓ ତାଙ୍କ ଶରୀରରେ କ୍ୟାନ୍ସର ବ୍ୟାପିବାରେ ଲାଗିଥିଲା। ଫଳରେ ଆଉ କୌଣସି ଚିକିତ୍ସା ତାଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲା। ଶେଷରେ ସେ କ୍ୟାନ୍ସର ଆଗରେ ହାରିଯାଇ ଶନିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତେବେ ସେ ଅନେକ ଟିଭି ଏବଂ ୱେବ୍ ଶୋ’ରେ କାମ କରିଛନ୍ତି।ସେ ଟିଭି ଶୋ’ ‘ପବିତ୍ର ରିସ୍ତା’ରେ ନେଗେଟିଭ ଭୂମିକାରେ ଅଭିନୟ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।ଏଥିରେ ତାଙ୍କ ଚରିତ୍ରର ନାମ ଥିଲା ବର୍ଷା ଦେଶପାଣ୍ଡେ। ଏହା ବ୍ୟତୀତ ପ୍ରିୟା ‘ଚାର୍ ଡିଭାସ୍ ସେସୁଚେ’, କସମ୍ ସେ, କମେଡି ସର୍କସ୍ ସୁପରଷ୍ଟାର୍, ଉତ୍ତରନ, ବଡେ ଅଚ୍ଛେ ଲଗତେ ହୋ, ଭାରତ କା ବୀର ପୁତ୍ର-ମହାରାଣା ପ୍ରତାପ, ଭାଗେ ରେ ମନ, ସାଥ ନିଭାନା ସାଥିଆ ଭଳି ଅନେକ ଶୋ’ରେ ଅଭିନୟ କରିଛନ୍ତି।

 

Comments are closed.