ନୂଆଦିଲ୍ଲୀ: ଖାରଜ ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟ ପବନର ପିଟିସନକୁ ଖାରଜ କରିଛନ୍ତି । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଏବେ ପବନ ପାଖରେ ଏକ ମାତ୍ର ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ପବନର ଓକିଲ ଏପି ସିଂହ କହିଛନ୍ତି, ଆମେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବୁ ।
ସୂଚନା ଯୋଗ୍ୟ ଯେ, ନିର୍ଭୟା ଦୋଷୀ ପବନ ଗୁପ୍ତା ଫାଶୀ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ କରିବାକୁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା । ତେବେ ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଅନ୍ୟ ୩ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ଏବେ ନଜର କେବଳ ପଟିଆଲା ହାଉସ କୋର୍ଟଙ୍କ ଉପରେ । ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ତେବେ ପୂର୍ବରୁ ୨ଥର ଡେଥ୍ ୱାରେଂଟ ଜାରି କରାଯାଇଥିଲେ ମଧ୍ୟ ଫାଶୀ ହୋଇପାରି ନାହିଁ ।
BREAKING NEWS
- Iran War: ‘ଆବଶ୍ୟକ ହେଲେ ଆମେରିକୀୟ ନୌସେନା ତୈଳ ଜାହାଜକୁ ସୁରକ୍ଷା ଦେବ’; ହୋର୍ମୁଜ ସଙ୍କଟ ଉପରେ…
- ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ୪ ମୃତ
- ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକ ମାରିଲେ ଆଲେନ, ଫାଇନାଲରେ ନ୍ୟୁଜିଲାଣ୍ଡ
- Puri Srimandir:ବିଶୃଙ୍ଖଳିତ ଆଚରଣ ପାଇଁ ୩ ସେବାୟତଙ୍କୁ କୈଫିୟତ ତଲବ; ଅଫିସରଙ୍କୁ ଦୁର୍ବ୍ୟବହାର…
- ଟି୨୦ ସେମିଫାଇନାଲ: ଜାନସେନଙ୍କ ଅର୍ଦ୍ଧଶତକ
- ୨ଟି ପର୍ଯ୍ୟାୟରେ ରିଲିଜ ହେବ ଆଇପିଏଲର କାର୍ଯ୍ୟସୂଚୀ
- Leave Pakistan: ଆମେରିକୀୟ ଅଧିକାରୀମାନେ ଛାଡିଲେ ପାକିସ୍ତାନ;ଦୂତାବାସ କରାଗଲା ଖାଲି
- ଶ୍ରୀଲଙ୍କା ନିକଟରେ ଇରାନୀ ନୌସେନା ଜାହାଜ ଉପରେ ଆକ୍ରମଣ, ୧୦୧ ନିଖୋଜ ଏବଂ ୭୮ ଆହତ
- ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ
- ହୋଲିରେ ଅଘଟଣ, ନଦୀରେ ବୁଡି ୩ ଯୁବକ ମୃତ
Comments are closed.