Latest Odisha News

BREAKING NEWS

କୋରାପୁଟରୁ ଜବତ ହେଲା ବିସ୍ଫୋରକ ବୋଝେଇ ଟ୍ରକ୍

କୋରାପୁଟ: ଜୟପୁର ଟାଉନ ଥାନା ସୋମବାର ଦିନ ଏକ ବିସ୍ଫୋରକ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି।

ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳେ ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଅଭିମୁଖେ ଯାଉଥିବା ବେଳେ ଏହି ଟ୍ରକକୁ ଅଟକାଇ ଦିଆଯାଇଥିଲା। ଚେକିଂ ପରେ ଉକ୍ତ ଗାଡି ଭିତରେ ପ୍ରାୟ ୭୫୦୦ ପ୍ୟାକେଟ୍ ଜେଲାଟିନ୍ ମିଳିଥିଲା।

ପରେ ଡ୍ରାଇଭର ଏବଂ ହେଲପରଙ୍କୁ ହେପାଜତରେ ନେଇଛି ପୋଲିସ ।

ତେବେ ଏନେଇ ଅଧିକ ଛାନଭିନ୍ ଜାରି ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.