Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତି ହେଲେ ଶରଦ ପାୱାର

ମୁମ୍ବାଇ: ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ଦିନ ଧରି ପାୱାର ଅସୁସ୍ଥ ରହିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ନୁହେଁ ଏବଂ ତାଙ୍କୁ ୧/୩ ଦିନ ମଧ୍ୟରେ ଘରକୁ ପଠାଇ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ନଭେମ୍ବର ୪ରେ ଶିରିଡିରେ ଦଳୀୟ ସମ୍ମିଳନୀରେ ସେ ଯୋଗ ଦେବେ ବୋଲି ସ୍ଥିର ହୋଇଥିଲା । ବର୍ତମାନେ ସେ ଏଥିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ ।

ସେହିପରି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେବେ ବୋଲି ଘୋଷଣା କରିଥିଲେ । ରାହୁଲଙ୍କ ଏହି ଯାତ୍ରା ମହାରାଷ୍ଟ୍ରରେ ପଂହଚିବା ପରେ ଅନେକ ବିରୋଧୀ ଦଳର ନେତା ଏଥିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.