ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ରିକଭରି ନୋଟିସ । ୧୬୪ କୋଟି ୧୦ ଦିନ ଭିତରେ ଫେରାଇବାକୁ ଡିଆଇପି ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ନେଇ ଏହି ଘଟଣାକ୍ରମ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ସରକାରୀ ବିଜ୍ଞାପନ ଆଳରେ ଆପ୍ ନିଜର ରାଜନୀତିକ ପ୍ରଚାର କରୁଥିବା ଅଭିଯୋଗ ଲଗାଇଥିଲେ। ଏଥିସହ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ୨୦୧୫-୧୬ରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ଆପ୍ ଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆପ୍ ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ। ଏହି ନିର୍ଦ୍ଦେଶର ଗୋଟିଏ ମାସ ପରେ ଡିଆଇପି ପକ୍ଷରୁ ନୋଟିସ କରାଯାଇଛି। ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ଓ ଏହାର ସୁଧକୁ ମିଶାଇ ଆପ୍କୁ ୧୦ ଦିନ ଭିତରେ ୧୬୩.୬୨ କୋଟି ଟଙ୍କା ଦେବାକୁ କୁହାଯାଇଛି।
ଯଦି ଆପ୍ ସଂଯୋଜକ ଏହାକୁ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଦିଲ୍ଲୀର ଉପରାଜ୍ୟପାଳଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ପାର୍ଟିର ସମ୍ପତ୍ତି ସଂଲଗ୍ନ କରିବା ସହିତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.