Latest Odisha News

BREAKING NEWS

ଜଳଖିଆ ତିଆରି କଲାବେଳେ ଫାଟିଗଲା ସିଲିଣ୍ଡର; ଜଳିଗଲେ ପରିବାରର ୬ ସଦସ୍ୟ

ପାନିପତ: ସକାଳୁ ସକାଳୁ ଛାତି ଥରାଇ ଦେବା ପରି ଘଟଣା । ହରିଆଣାର ପାନିପଥ ଜିଲ୍ଲାରେ ଆଜି ସକାଳୁ ଏକ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ପାନିପତର ବିଚପାଡି ଗାଁରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁବାର ସକାଳୁ ପରିବାର ଲୋେକ ଜଳଖିଆ ତିଆରି କରିବା ପାଇଁ ଗ୍ୟାସ ଅନ କରିଥିଲେ । ହେଲେ ହଠାତ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା । ସବୁଠାରୁ ଦୁଃଖର କଥା ହେଉଛି, ପରିବାର ଲୋକେ ନିଆଁ ଲାଗିବା ଦେଖି ବାହାରକୁ ଚାଲି ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘରର କବାଟ ଖୋଲି ନ ଥିଲା ।

ଫଳରେ ଘରର ୬ ଜଣ ସଦସ୍ୟ ଜୀବନ୍ତ ଜଳି ଯାଇଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ବାପା-ମା’ଙ୍କ ସମେତ ୪ ସନ୍ତାନ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତେବେ ସବିଶେଷ ଖବର ଜଣା ପଡ଼ିନାହିଁ । ଏପରିକି ସିଲିଣ୍ଡର ଫାଟିବାର କାରଣ ଏବଂ କବାଟ କାହିଁକି ଖାେଲାଲାନି ସେ ନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.