Latest Odisha News

BREAKING NEWS

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ମନା

ପୁରୀ: ଏଥର ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପିଣ୍ଡଦାନ କରିପାରିବେନି ସାଧାରଣ ଲୋକ । ଚଳିତ ବର୍ଷ କରୋନା ପାଇଁ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ତଥା ପିଣ୍ଡ ଦାନ କରିବାକୁ ମନା ହୋଇଛି।

ପୟା ଶ୍ରାଦ୍ଧ କ’ଣ?

ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରିବାକୁ ଲୋକମାନଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଅନୁରୋଧ କରାଯାଇଛି। ଏ ନେଇ କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ସୂଚନା ଦେଇଛନ୍ତି।

ମହାଳୟାରେ ମର୍ତ୍ତ୍ୟକୁ ଆସିଥିବା ପିତୃପୁରୁଷଙ୍କ ପ୍ରତ୍ୟାବର୍ତ୍ତନର ଦିନ ହଉଛି ଦୀପାବଳି। ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୋକେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ ଡାକିଥାନ୍ତି।

ଏହି ଅବସରରେ ଶ୍ରଦ୍ଧାଳୁ ଦଶ ବିଶ୍ୱଦେବ ଓ ଋଷିମାନଙ୍କୁ ମଧ୍ୟ ପିଣ୍ଡ ଓ ଶ୍ରାଦ୍ଧ ଦେଇଥାନ୍ତି । ଏଥିପାଇଁ ପ୍ରତିବର୍ଷ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ।

Comments are closed.