Latest Odisha News

BREAKING NEWS

ସଫଳ ହେଲା ଆଇପିଏଲ, କାନ୍ଦୁଛି ପାକିସ୍ତାନ୍ କ୍ରିକେଟ୍ !

ଭୁବନେଶ୍ୱର: ଚଳିତବର୍ଷ କରୋନା ମହାମାରୀ ଓ ଅନ୍ତର୍ଜାତୀୟ କଟକଣାରେ ବି ସୁଚିନ୍ତିତ ଉପାୟରେ ଆୟୋଜିତ ହୋଇଥିଲା ଆଇପିଏଲ୍ । କେବଳ ଆୟୋଜନ କାହଁକି ବରଂ ସବୁଠୁ ସଫଳତମ ସଂସ୍କରଣ ଭାବେ ମଧ୍ୟ ୨୦୨୦ ଆଇପିଏଲ୍ ମର୍ଯ୍ୟଦା ପାଇଛି । ହେଲେ ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଆଖିରୁ ଲୁହ ଝରାଉଛି ।

ଚଳିତବର୍ଷ ବିସିସିଆଇର ପଦ ଅନୁସରଣ କରି ଅଧାରେ ଅଟକିଥିବା ପାକିସ୍ତାନ ସୁପର୍ ଲିଗକୁ ଆୟୋଜନ କରିବାକୁ ସ୍ୱପ୍ନ ଦେଖିଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ହେଲେ ସେହି ସ୍ୱପ୍ନକୁ ଏବେ ନିରାଶାର କଳାବାଦଲ ଘୋଡାଇ ରଖିଛି । କରୋନାରେ ଯାତାୟତ କଟକଣା ପାଇଁ ଅଧିକାଂଶ ବିଦେଶୀ ଖେଳାଳି ଏହି ପ୍ରତଯୋଗୀତାରୁ ଓହରିଯିବା ପରେ ମୁଣ୍ଡରେ ହାତ ଦେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ।

ଚଳିତ ସପ୍ତାହ ଓ ଆଗାମୀ ସପ୍ତାହରେ ବଳକା ୪ଟି ପ୍ଲେ-ଅଫ୍ ମ୍ୟାଚ ଅନୁଷ୍ଠିତ କରିବାକୁ ପିସିବି ଯୋଜନା କରିଥିଲା । ତେବେ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ଖେଳର ରୋମାଂଚକୁ ଫିକା ପକାଇଦେଇଛି । ୨୦୧୬ରୁ ଆରମ୍ଭ ହୋଇଥିବା ପାକିସ୍ତାନ ସୁପର ଲିଗରେ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ସାମି ପ୍ରତିବର୍ଷ ଖେଳିଆସୁଥିଲେ । ହେଲେ ବଳକା ମ୍ୟାଚଗୁଡିକରେ ସେ ନିଜ ଦଳର ପ୍ରତିନିଧିତ୍ୱ କରିବାକୁ ଅସମର୍ଥ ବୋଲି ଜଣାଇଦେଇଛନ୍ତି ।

ଅନ୍ୟପଟେ ନିଜ ଦେଶରେ ଯାତାୟତ କଟକଣା ପାଇଁ ନ୍ୟୁ-ଜିଲ୍ୟାଣ୍ଡ ଖେଳାଳି ମିସେଲ୍ ମ୍ୟାକ୍‌କ୍ଲେଙ୍ଘନ ବି ଏହି ପ୍ରତଯୋଗୀତାରୁ ଓହରିଯାଇଛନ୍ତି । ଏହି ଖେଳାଳିଙ୍କ ବଦଳରେ ନୂଆ ଖେଳାଳିଙ୍କୁ ଯୋଗାଡ କରିବାରେ ବି ପାକିସ୍ତାନ କ୍ରିକେଟ୍ ଅସମର୍ଥ ହୋଇଛି ।

ସେପଟେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଦୁଇଦେଶର ଖେଳାଳି ବି ଅନୁପସ୍ଥିତ ରହିବେ । ସେହିଭଳି ବଙ୍ଗଳାଦେଶୀ କ୍ରିକେଟର ମହମୁଦୁଲ୍ଲାହ କରୋନାରେ ସଂକ୍ରମିତ ହେବା ପରେ ସେ ବି ପ୍ରତିଯୋଗୀତାରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.