Latest Odisha News

BREAKING NEWS

ପୁଣି ପାୟଲଙ୍କର ଏକ ଚମତ୍କାରୀ ଦାବି; ଅନୁରାଗ ଏବଂ ମୋ ବିଷୟରେ ସବୁ ଜାଣନ୍ତି ଇର୍‌ଫାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ସେ ସୋସିଆଲ ମିଡିଆରେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରମାଗତ ଭାବରେ ଟ୍ୱିଟ୍ କରି ଅନେକ ଚମତ୍କାରୀ ଦାବି କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ୍‌ କରୁଛନ୍ତି।

ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ସେ ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବିଷୟରେ ମଧ୍ୟ କିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ କରିଛନ୍ତି। ପାୟଲଙ୍କ କହିବା ଅନୁଯାୟୀ ଅନୁରାଗଙ୍କ ସହ  ହୋଇଥିବା ବିବାଦ ସମ୍ପର୍କରେ ସେ ଇରଫାନ ପଠାନଙ୍କ ସହ କଥା ହୋଇଥିଲେ।

ସୋସିଆଲ ମିଡିଆରେ ଟ୍ୱିଟ୍‌ କରି ଇରଫାନ ପଠାନଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ପାୟଲ କହିଛନ୍ତି। ପାୟଲଙ୍କ ମତ ଅନୁଯାୟୀ, ସେ ତାଙ୍କ ସହ ହୋଇଥିବା ବଳାତ୍କାର ସଂପର୍କରେ ଇରଫାନ୍‌ଙ୍କ ସହ କୌଣସି କଥା ହୋଇନଥିଲେ, କିନ୍ତୁ ଅନୁରାଗଙ୍କ ବିଷୟରେ ବହୁତ କିଛି ବ୍ୟକ୍ତିଗତ କଥା ହୋଇଥିଲେ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଇରଫାନ୍‌ ପଠାନଙ୍କୁ କହି ନଥିଲି ଯେ ଅନୁରାଗ କଶ୍ୟପ ମୋତେ ବଳାତ୍କାର କରିଛନ୍ତି। କିନ୍ତୁ ଅନୁରାଗ କଶ୍ୟପଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ମୁଁ ସବୁକିଛି ଇର୍‌ଫାନ୍‌ଙ୍କୁ କହିଥିଲି। ସେ ସବୁ କିଛି ଜାଣନ୍ତି ହେଲେ ଏବେ ସମସ୍ତଙ୍କ ସାମ୍‌ନାରେ ମୁହଁ ଖୋଲୁ ନାହାନ୍ତି।

ପାୟଲ ଦାବି କରି କହିଛନ୍ତି ଯେ ଅନୁରାଗ କାଶ୍ୟପ ୨୦୧୪ରେ ହୋଲିର ଗୋଟିଏ ଦିନ ପୂର୍ବରୁ ମୋତେ ମେସେଜ୍‌ ପଠାଇଥିଲେ। ସେ ଚାହୁଁଥିଲେ ମୁଁ ତାଙ୍କ ନିକଟକୁ ଯାଏ। ସେହି ସମୟରେ ଇରଫାନ୍ ମୋ ଘରେ ଉପସ୍ଥିତ ଥିଲେ। ତାଙ୍କ ସାମ୍‌ନାରେ ହିଁ ଏହି ମେସେଜ୍‌ ଆସିଥିଲା। ତେବେ ପାୟଲଙ୍କ ଏଭଳି ମନ୍ତବ୍ୟ ପରେ ଇରଫାନ୍‌ କଣ ପ୍ରତିକ୍ରିୟା ରଖୁଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.