Latest Odisha News

BREAKING NEWS

ବ୍ଲୁଫ୍ଲାଗ ବିଚ୍‌ରେ ଯୋଗ କଲେ ମନ୍ତ୍ରୀ, ବିଧାୟକ

ପୁରୀ: ବ୍ଲୁଫ୍ଲାଗ ବିଚ୍‌ରେ ଚାଲିଛି ‘ମୋ ବିଚ୍ ଯୋଗ’ ଅଭିଯାନ । ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଛନ୍ତି।

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ଆଜି ପୋଷ୍ଟ କୋଭିଡ୍‌ ରୋଗାକ୍ରାନ୍ତ ସହ ନିଜେ ଯୋଗାଭ୍ୟାସ କରିଥିଲେ। ଯୋଗାଭ୍ୟାସରେ ପ୍ରାୟ ୨୦୦ ବ୍ୟକ୍ତି ସାମିଲ ହୋଇଥିଲେ। ଏଥିରେ ସେବାୟତ ଓ ବିଭିନ୍ନ ସ୍ତରର ଲୋକମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.