Latest Odisha News

BREAKING NEWS

କାନ୍ସରେ ବେଷ୍ଟ ଡକ୍ୟୁମେଣ୍ଟାରୀ ଆୱାର୍ଡ ବିଜେତା ହେଲେ ପାୟଲ

ନୂଆଦିଲ୍ଲୀ: ପାୟଲ କପାଡିଆଙ୍କ ନିର୍ଦ୍ଦେଶିତ ଏ ନାଇଟ୍‌ ଅଫ୍‌ ନୋଇଙ୍ଗ୍‌ ନଥିଙ୍ଗ୍‌ ଶନିବାର ୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପାଇଁ ଓଏଲ୍ ଡି’ର (ଗୋଲଡେନ୍ ଆଇ) ପୁରସ୍କାର ଲାଭ କରିଛି। ପାୟଲ କପାଡିଆ ତାଙ୍କ ଚଳଚ୍ଚିତ୍ର ‘ଏ ନାଇଟ୍ ଅଫ୍ ନୋଇଙ୍ଗ୍‌ ନଥିଙ୍ଗ୍‌’ ପାଇଁ କାନ୍ସରେ ସର୍ବୋତ୍ତମ ଡକ୍ୟୁମେଣ୍ଟାରୀ ପୁରସ୍କାର ଜିତିଛନ୍ତି।

ଆମେରିକାର ଡକ୍ୟୁମେଣ୍ଟାରୀ ନିର୍ମାତା ଏଜ୍ରା ଏଡେଲମ୍ୟାନ୍‌ଙ୍କ ନେତୃତ୍ୱରେ ଓଏଲ୍ ଡି’ର ଜଜ୍ ପରିଚାଳନା କରିଥିଲେ। ଏଥିରେ ଅନ୍ୟ ଚାରିଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଫରାସୀ ଚଳଚ୍ଚିତ୍ର ନିର୍ମାତା ଜୁଲି ବର୍ଟୁକେଲି, ଫରାସୀ ଅଭିନେତା ଦେବରାହ ଫ୍ରାଙ୍କୋଇସ୍, ଫ୍ରାଙ୍କୋ-ଆମେରିକୀୟ ଚଳଚ୍ଚିତ୍ର ସମାଲୋଚକ ଇରିସ୍ ବ୍ରେ ଏବଂ ଆନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ୍ (IDFA) ଆମଷ୍ଟରଡାମ୍ ର କଳା ନିର୍ଦ୍ଦେଶକ ଓର୍‌ୱ‌େ ନାୟିରାବିଆ ସାମିଲ୍‌ ଥିଲେ।

Leave A Reply

Your email address will not be published.