Latest Odisha News

BREAKING NEWS

୮୦୯ ଟଙ୍କାର ଗ୍ୟାସ୍ ମିଳିବ ମାତ୍ର ୯ ଟଙ୍କାରେ ! ଜାଣନ୍ତୁ କେମିତି କରିବେ ବୁକ୍…

ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖରୁ ସାମାନ୍ୟ ଶସ୍ତା ହୋଇଛି ଗ୍ୟାସ୍ ସିଲିଣ୍ଡର । ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ୍ ପାଇ ୧୪.୨ କେଜିର ଏଲପିଜି ଦାମ ଦିଲ୍ଲୀରେ ୮୦୯ ଟଙ୍କା ରହିଛି । ଘରୋଇ ଗ୍ୟାସ୍ ବୁକିଂ ଉପରେ ପେଟିଏମ୍ ତାର ଗ୍ରାହକଙ୍କ ଲାଗି ବମ୍ପର୍ ଅଫର ଆଣିଛି । ଏହି ଅଫରରେ ୮୦୯ ଟଙ୍କାର ଏଲପିଜି ଆପଣଙ୍କୁ ମାତ୍ର ୯ଟଙ୍କାର ମିଳିଯିବ ।

ପେଟିଏମ୍ କ୍ୟାସବ୍ୟାକ୍ ଅଫର୍ ଆରମ୍ଭ କରିଛି । କ୍ୟାସବ୍ୟାକ୍ ଅଫର ପ୍ରକାରେ କୌଣସି ଗ୍ରାହକ ଗ୍ୟାସ୍ ସିଲିଣ୍ଡର ବୁକ୍ କଲେ ଗ୍ରାହକଙ୍କୁ ୮୦୦ ଟଙ୍କା ଯାଏ କ୍ୟାସବ୍ୟାକ୍ ମିଳିବ । ପେଟିଏମର ଏହି ଅଫର୍ ଏପ୍ରିଲ୍ ୩୦ ତାରିଖ ଯାଏ ବୈଧ ରହିବ । ଅର୍ଥାତ୍ ଆପଣ ପୂରା ଏପ୍ରିଲ୍ ମାସରେ ଏହି ଅଫରର ଲାଭ ଉଠାଇ ପାରିବେ ।

ଅଫର୍ ପାଇବା ଲାଗି ପ୍ରଥମେ ଆପଣ ମୋବାଇଲରେ ପେଟିଏମକୁ ଯାଆନ୍ତୁ । ଏହାପରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତୁ । ପେଟିଏମ୍ ଆପରେ ରିଚାର୍ଜ ଆଣ୍ଡ ବିଲ୍ସରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କୁ ସିଲିଣ୍ଡର ବୁକିଂ ବିକଳ୍ପ ଆସିବ । ଆପଣଙ୍କ ଗ୍ୟାସ୍ ବିତରଣକାରୀ ସଂସ୍ଥାକୁ ଚୟନ କରନ୍ତୁ । ବୁକିଂରେ FIRSTLPG ପ୍ରମୋକୋଡ୍ ଦିଅନ୍ତୁ । ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାସବ୍ୟାକର ସ୍କ୍ରାଚ୍ କାର୍ଡ ମିଳିଯିବ । ସ୍କ୍ରାଚ୍ କାର୍ଡକୁ ୭ ଦିନ ଭିତରେ ବ୍ୟବହାର କରିବାକୁ ପଡ଼ିବ ।

Leave A Reply

Your email address will not be published.