Latest Odisha News

BREAKING NEWS

ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋରକୁ ଚେଜ କଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର ଚେଜ କରି ପଞ୍ଜାବ ଇତିହାସ ରଚିଛି । ଚଳିତ ସଂସ୍କରଣରେ ପଞ୍ଜାବର ଏହା କ୍ରମାଗତ ୭ମ ବିଜୟ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨ ୱିକେଟ ବିନିମୟରେ ୨୬୪ ରନର ବିଶାଳ ସ୍କୋର କରିଥିଲା । କେଏଲ ରାହୁଲ ୧୫୨ ଓ ନୀତିଶ ରାଣା ୯୧ ରନ କରିଥିଲେ । ଉଭୟ ଦ୍ୱିତୀୟ ୱିକେଟରେ ୨୨୦ ରନ ସଂଗ୍ରହ କରିଥିଲେ । ୨୬୫ ରନର ଲକ୍ଷ୍ୟକୁ ପଞ୍ଜାବ ୧୮.୫ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

୬.୫ ଓଭରରେ ପଞ୍ଜାବର ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମ୍ରନ ସିଂ ୧୨୬ ରନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ପ୍ରିୟାଂଶ ୧୭ ବଲରୁ ୪୩ ଓ ପ୍ରଭସିମ୍ରନ ୨୬ ବଲରୁ ୭୬ ରନ କରିଥିଲେ । ଏହା ପରେ ଅଧିନାୟକ ଶ୍ରେୟାଶ ଆୟାର ୩୬ ବଲରୁ ୭୧ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ । କୂଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ । ରାହୁଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପଞ୍ଜାବ ୭ ମ୍ୟାଚରୁ ୧୩ ପଂଏଟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ଦିଲ୍ଲୀ ୭ ମ୍ୟାଚରୁ ୬ ପଂଏଟ ହାସଲ କରି ୬ଷ୍ଠ ସ୍ଥାନରେ ରହିଛି ।

Leave A Reply

Your email address will not be published.