କଟକ: କଟକରେ ଶନିବାର ଅପରାହ୍ନରେ ଆମ ବସ୍ ଏକ ମୋଟରସାଇକେଲକୁ ପଛପଟୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଗାଡ଼ିରେ ବସିଥିବା ଜଣେ ପୁରୁଷ ଏବଂ ଜଣେ ମହିଳା ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୨ଟା ସମୟରେ ବ୍ୟସ୍ତବହୁଳ କ୍ୟାଣ୍ଟନମେଣ୍ଟ ରୋଡରେ ଘଟିଥିଲା। ବସଟି ପଛରୁ ବାଇକକୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁହେଁ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ସେମାନଙ୍କୁ ଏସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇଯାଇଥିଲେ।
ଉତ୍ତେଜିତ ସ୍ଥାନୀୟ ଲୋକମାନେ ବସକୁ ଅଟକାଇ ଥିଲେ।କ୍ୟାଣ୍ଟନମେଣ୍ଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିଥିଲା। ଉଭୟ ଗାଡ଼ିକୁ ଜବତ କରାଯାଇଥିବା ବେଳେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।