ଲାହୋର: ଆଇସିସି ପକ୍ଷରୁ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ତେବେ ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବରେ ବିସିସିଆଇ ଓ ଆଇସିିସିକୁ ଚିନ୍ତାରେ ପକାଇଛି । ପିସିବି ପକ୍ଷରୁ କୁହାଯାଇଛି ଭାରତରେ ବିଶ୍ୱକପ ଖେଳିବା ପାଇଁ ଆମକୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନଓସି ମିଳି ନାହିଁ । ଆଇସିସି ପକ୍ଷରୁ ଏ ନେଇ କୁହାଯାଇଛି, ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଏଗ୍ରିମେଂଟ ସାଇନ କରିଛି । ଆମେ ଆଶା କରୁଛୁ ସେ ଏଥିରୁ ଓହିରି ଯିବେ ନାହିଁ । ପିସିବି ମ୍ୟାଚ ଭେନ୍ୟୁରେ କେତେକ ପରିବର୍ତନ କରିବା ପାଇଁ ଅନୁରୋଧ କରିଥିଲା । ବିସିସିଆଇ ଓ ଆଇସିସି ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାରୁ ପିସିବି ଅସନ୍ତୁଷ୍ଟ ରହିଛି ।
ଅହମ୍ମଦାବାଦରେ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତ ବିପକ୍ଷରେ ଖେଳିବା ନିଶ୍ଚିତ ଭାବେ ଆମ ଖେଳାଳିଙ୍କୁ ଚାପରେ ପକାଇପାରେ ବୋଲି ଜନୈକ ପିସିବି ଅଧିକାରୀ କହିଛନ୍ତି । ଜୁଲାଇର ପ୍ରଥମ ସପ୍ତାହରେ ପାକିସ୍ତାନ ସରକାର ଓ ବୋର୍ଡ ବିଶ୍ୱକପ ଭାରତରେ ଖେଳିବେ ନି ନାହିଁ ତାହା ସ୍ପଷ୍ଟ କରିବେ ।
Comments are closed.