Latest Odisha News

BREAKING NEWS

ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ବିଶିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଗୁରୁ ମିନତୀ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସିକତା ଦାସ, ସଙ୍ଗୀତ ଗୁରୁ କେଶବ ଚନ୍ଦ୍ର ରାଉତ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ବିଶିଷ୍ଟ ତବଲା ବାଦକ ପ୍ରଫୁଲ୍ଲ ବଳ, ବିଶିଷ୍ଟ ବେହେଲା ବାଦକ ସୁରମଣି ରମେଶ ଚନ୍ଦ୍ର ଦାସ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଚେୟାର ମ୍ୟାନ୍ ବିଶିଷ୍ଟ ଚିତ୍ରଶିଳ୍ପୀ ଚକ୍ରଧର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଗଣେଶ ବନ୍ଦନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଏକକ ଓ ଦଳଗତ ନୃତ୍ୟ ତଥା ନୃତ୍ୟନାଟିକା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବିଶେଷ ଭାବରେ ବାନ୍ଧି ରଖିଥିଲା । ଏହି କାର୍ଯ୍ୟକ୍ରମକୁ ଗୁରୁ ମିନତୀ ପ୍ରଧାନ ସଂଚାଳନା କରିଥିବା ବେଳେ ଗୁରୁ ମନୋରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ଏବଂ ବିଶ୍ୱଜିତ୍ ବଳିୟାରସିଂହ ସଂଯୋଜନା କରିଥିଲେ ।

Leave A Reply

Your email address will not be published.