Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନେଇ ଆକ୍ସନ ମୁଡରେ ପିସିବି

କରାଚୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ନୈରାଶ୍ୟଜନକ ଢ଼ଙ୍ଗରେ ବିଦାୟ ନେଇଛି । ଏପରିକି ଦଳ ସୁପର ୮କୁ ମଧ୍ୟ ଉନ୍ନୀତ ହୋଇ ପାରିନି । ରିପୋର୍ଟ ମୁତାବକ ପାକିସ୍ତାନ କ୍ରିକେଟ ବୋର୍ଡ ଏବେ ସମ୍ପୂର୍ଣ୍ଣ ଭାବେ ଆକ୍ସନ ମୋଡରେ ରହିଛି । ଆମେରିକାଠାରୁ ହାରିବା ଫଳରେ ପାକିସ୍ତାନକୁ କଡା ସମାଲୋଚନାର ଶୀକାର ହେବାକୁ ପଡିଛି । ପିସିବି ଖେଳାଳିଙ୍କ ଫିସ କାଟିବା ପାଇଁ ମଧ୍ୟ ଚିନ୍ତା କରୁଛି । ଟି୨୦ ବିଶ୍ୱକପରେ ତୃତୀୟ ଥର ପାଇଁ ପାକିସ୍ତାନ ଗ୍ରୁପ ଷ୍ଟେଜରୁ ଆଗକୁ ଯାଇ ପାରି ନାହିଁ । ୨୦୦୭ରେ ଭାରତଠାରୁ ପାକିସ୍ତାନ ରନର୍ସଅପ ହୋଇଥିବା ବେଳେ ୨୦୦୯ରେ ଚାମ୍ପିୟନ ହୋଇଥିଲା ।

୨୦୧୦, ୨୦୧୨ ଓ ୨୦୨୧ରେ ଦଳ ସେମିଫାଇନାଲରୁ ବିଦାୟ ନେଇଥିବା ବେଳେ ୨୦୨୨ରେ ଫାଇନାଲରେ ପ୍ରବେଶ କରିଥିଲା । ଭାରତ ବିପକ୍ଷରେ ୧୨୦ ରନର ଲକ୍ଷ୍ୟକୁ ମଧ୍ୟ ପାକିସ୍ତାନ ଚେଜ କରିପାରି ନ ଥିଲା । ଏସିଆ କପ ଓ ଗତ ବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନ ଥିଲା । ୮ଜଣ ଖେଳାଳିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଶଙ୍କା ରହିଛି ।

Leave A Reply

Your email address will not be published.