Latest Odisha News

BREAKING NEWS

୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ: ପିସିସି ସଭାପତି

ଭୁବନେଶ୍ୱର: କୋରନାରେ କ୍ଷତିଗ୍ରସ୍ତ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏଭଳି ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଏତେ ଟଙ୍କା ଆସିବ କେଉଁଠୁ । ବଜେଟ୍ ପଇସା କାଟି କରାଯିବ କି? ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏକ ସ୍ୱପ୍ନ ମାତ୍ର ।

BjdElectrycity

ଏଥିସହ ମୋଦି କହିଥିବା ଆତ୍ମନିର୍ଭର ଭାରତକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । ପିସିସି ସଭାପତି କହିଛନ୍ତି, ମୋଦିଙ୍କ ପୂର୍ବରୁ ମହାତ୍ମା ଗାନ୍ଧୀ ଏକଥା କହିଛନ୍ତି । ଏକଥା କହିବା ପୂର୍ବରୁ ଆମ ଦେଶରେ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ବ୍ୟବସ୍ଥା କରାଯାଉ ଏବଂ ମୋଦି ବିଦେଶୀ ଦ୍ରବ୍ୟ ବନ୍ଦ କରିବେ କି ବୋଲି ନିରଂଜନ ପ୍ରଶ୍ନ କରିଛନ୍ତି ।

ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ମୋଦିଙ୍କ ପଦକ୍ଷେପ ଯୁଗାନ୍ତକାରୀ । ଆତ୍ମ ନିର୍ଭର ଭାରତ ମାଧ୍ୟମରେ ଶ୍ରମ ଭିତ୍ତିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ କିଛି ବୁଝିନପାରି କେବଳ ବାଚଳାମି କରୁଛି ବୋଲି ରାଜ୍ୟ ବିଜେପି କହିଛି ।

Leave A Reply

Your email address will not be published.