Latest Odisha News

BREAKING NEWS

ଗ୍ରୀନ ଜୋନରେ ବସ୍ ଚଳାଇବେ ସରକାର: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯେଉଁ ଜିଲ୍ଲାରେ ଆଦୌ କରୋନା ମାମଲା ନାହିଁ, ସେସବୁ ଜିଲ୍ଲାରେ ସରକାରୀ ବସ୍ ଚାଲିବ । ଅର୍ଥାତ୍ ଗ୍ରୀନ ଜୋନରେ ଚାଲିବ ଓଏସଆରଟିସି ବସ୍ । ଗ୍ରୀନ ଜୋନରେ ବସ୍ ଚଲାଇବାକୁ ଘରୋଇ ବସ୍ ମାଲିକ ସଂଘ ରାଜି ନହେବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ମାତ୍ର ୯ଟି ଜିଲ୍ଲା ଗ୍ରୀନ ଜୋନରେ ଥିବା ବେଳେ ସେସବୁ ଜିଲ୍ଲାରେ ଓଏସଆରଟିସି ବସ୍ ଯାତ୍ରୀଙ୍କୁ ସେବା ଯୋଗାଇଦେବ । ତେବେ ଯାତ୍ରୀଙ୍କୁ ଦୁଇଗୁଣା ଭଡା ଦେବାକୁ ପଡିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସେପଟେ ସରକାରଙ୍କ ଏଭଳି ନିଷ୍ପତି ପରେ ଘରୋଇ ବସ୍ ମାଲିକ ସଂଘ କହିଛି, ଯାତ୍ରୀଙ୍କ ଠାରୁ ଦୁଇ ଗୁଣା ଭଡା ନେଇ ବସ୍ ଚଳାଇବା ନୈତିକତା ବାହାରେ । ଯାତ୍ରୀଙ୍କ ବର୍ତ୍ତମାନ ଅବସ୍ଥା ଯାହା ସେଥିରେ ସେମାନଙ୍କ ଠାରୁ ଦୁଇଗୁଣା ଭଡା ନେବା ଉଚିତ ନୁହେଁ । ଏପରିକି ଦୁଇ ଗୁଣା ଭଡା ନେଇ ମଧ୍ୟ ବସ୍ ଚଳାଇହେବ ନାହିଁ । ରାଜ୍ୟର କ୍ଷମତା ପରିସରରେ ଥିବା ଟ୍ୟାକ୍ସ ଛାଡ ସହ ଅନ୍ୟ ଦାବି ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କଲା ପରେ ଯାଇ ବସ୍ ଚଳାଇବା ନେଇ ବିଚାର କରାଯିବ ବୋଲି ବସ୍ ମାଲିକ ସଂଘ କହିଛି ।

Leave A Reply

Your email address will not be published.