Latest Odisha News

BREAKING NEWS

ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା ତୁରନ୍ତ ସହୟତା ଦାବି କଲେ ପିସିସି ସଭାପତି

ଭୁବନେଶ୍ୱର: ଯାଜପୁର କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଟ୍ରାଜେଡିରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା  ତୁରନ୍ତ ସହାୟତା ରାଶି  ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ମୃତକଙ୍କ  ଅମର ଆତ୍ମାର ସଦଗତି କାମନା କରିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହିତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ  ଦାବି କରିଛନ୍ତି । ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଜାଣିବା ପାଇଁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି ଶରତ ପଟ୍ଟନାୟକ ।

Comments are closed.