Latest Odisha News

BREAKING NEWS

ଉପରେ ଥିଲା ଧାନବସ୍ତା; ଭିତରେ ହେଉଥିଲା ପିଡିଏସ୍ ଚାଉଳର ଚୋରାଚାଲାଣ

ଢେଙ୍କାନାଳ: ଆଗରେ ଧାନବସ୍ତା ରଖି ଲୁଟୁଥିଲେ ପିଡିଏସ୍ ଚାଉଳ ।  ଧାନବସ୍ତା ପଛପଟେ ଚୋରା ଚାଲାଣ ହେଉଥିଲା କୁଇଣ୍ଟାଲ କୁଇଣ୍ଟାଲ ପିଡିଏସ୍ ଚାଉଳ । ହେଲେ ପୋଲିସ ଆଖିରୁ ଖସି ପାରିଲେନି । ମାଡି ବସିଲା ପୋଲିସ  । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

ଦେଙ୍କନାଳ ଜିଲ୍ଲା ଗଁଦିଆ ବ୍ଲକ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଅନ୍ତର୍ଗତ ନିହଲପ୍ରସାଦ ଥାନା  କାଲୁଣିଗୋଡା ଛକଠାରେ  ଏକ ଧାନବୋଝେଇ ଟ୍ରକକୁ ପୋଲିସ ସନ୍ଦେହରେ ଅଟକ ରଖିଥିଲା ।  ନିହଲପ୍ରସାଦ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ  ଛକ ନିକଟରେ ଏକ ପାଲ ଟଣା ମିନିଟ୍ରକ ( OD-05-F-2344) କୁ ୪ ଜଣ ଲୋକ ଜଗି ବସିଥିଲେ । ପୋଲିସ ମନରେ ସନ୍ଦେହ ହୋଇଥିଲା  ।

ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଧାନ ବସ୍ତ ପଛରେ ରହିଛି ପିଡିଏସ୍ ଚାଉଳ ବସ୍ତା । ପିଡିଏସ୍ ଚାଉଳକୁ ପୋଲିସ ଦେଖି ଥାନା ପରିସରକୁ ଆଣିଥିଲା । ୪  ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ଅଭିଯୁକ୍ତଙ୍କୁ ଜେରା ପରେ  ମିଳିଥିବା ତଥ୍ୟ ଅନୁସାରେ ଏହି ଚାଉଳକୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳକୁ ନିଆଯାଉଥିଲା  । ଗୋଷ୍ଠୀ ଯୋଗାଣ ଅଧିକାରିଣୀ ସ୍ଵର୍ଣପ୍ରଭା ଜେନା ପହଞ୍ଚି ଥାନା ପରିସରରେ ଥିବା ମିନି ଟ୍ରକରୁ ଚାଉଳ ନମୁନା ସଂଗ୍ରହ କରିଥିଲେ  ।

ଏହି ଘଟଣାକୁ ଚାପିବା ପାଇଁ ଗ୍ରାମୀଣ କଣ୍ଟ୍ରୋଲ ଡିଲର ଯୋଜୋନାବଦ୍ଧ ଚକ୍ରାନ୍ତ  କରୁଥିବା ଅନୁମାନ କରି ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Leave A Reply

Your email address will not be published.