Latest Odisha News

BREAKING NEWS

ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି କଂଗ୍ରେସ ଦଳର ଦାବି

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ସମ୍ମାନ ପ୍ରଦାନ ଲାଗି ରାଜ୍ୟ ସରକାର ତାଙ୍କ ନାମକୁ ସୁପାରିଶ କରନ୍ତୁ ବୋଲି ବିଧାନସଭାରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହି ପ୍ରସଙ୍ଗକୁ ସେ ଗୃହର ଶୂନ୍ୟକାଳ ସମୟରେ ଉଠାଇବା ସହିତ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ରାଜ୍ୟ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।

ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ ବ୍ୟୟ ଅଟକଳ ତଥା ସେଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସେ ଜାଣିବାକୁ ଚାହିଁଛନ୍ତି । ବକୁଳବନ ପରିସରରେ ବାତ୍ୟା ଫନିଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବୃକ୍ଷ ସ୍ଥାନରେ ଅନ୍ୟ ଗଛ ଲଗାଇବା ନେଇ ଦାବି କରିଥିଲେ ।

Leave A Reply

Your email address will not be published.