Latest Odisha News

BREAKING NEWS

[ଭିଡ଼ିଓ] ରାଧାକୃଷ୍ଣ ମନ୍ଦିରରୁ ମୁକୁଳିଲା ବନ୍ଦୀ ମୟୂର

କଟକ: ମୁକୁଳିଲା ବନ୍ଦୀ ମୟୂର । ଏକ ରାଧାକୃଷ୍ଣ ମନ୍ଦିରରୁ ଦୀର୍ଘ ଦିନ ଧରି ବନ୍ଦୀ ହୋଇ ରହିଥିବା ମୟୂର ଏବେ ବନ୍ଦୀରୁ ମୁକୁଳିଛି । କଟକ ପିଠାପୁର ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିରରେ ବଡ଼ ପଞ୍ଜୁରୀରେ ବନ୍ଦୀ କରି ରଖାଯାଇଥିଲା ।

ଖବର ପାଇ ଡିଏଫଓଙ୍କ ସମେତ ରେଞ୍ଜ ଅଫିସର ଓ ଫରେଷ୍ଟ ଗାର୍ଡ ମିଳିତ ଭାବେ ମନ୍ଦିରରେ ପହଂଚିଥିଲେ । ସେଠାରେ ଚଢାଉ କରିବା ସହିତ ପଞ୍ଜୁରୀ ଭିତରୁ ମୟୂରଟିକୁ ଉଦ୍ଧାର କରିଛନ୍ତି । ସେହିଭଳି ଏହି ଟିମରେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ମଧ୍ୟ ସାମିଲ ହୋଇଥିଲେ ।
ତେବେ ଆଇନ୍ ଅନୁସାରେ ପକ୍ଷୀଙ୍କୁ ବନ୍ଦୀ କରି ରଖିଲେ ୭ ବର୍ଷ ସଶ୍ରମ କାରାଦଣ୍ଡ ରହିଛି । ତେବେ ମନ୍ଦିରରୁ ଉଦ୍ଧାର ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି ।

ସେପଟେ ଉଦ୍ଧାର ମୟୁରଟିକୁ ୧୫ଫୁଟ ଉଚ୍ଚ ଏକ ଜାଲିରେ ଭୁବନେଶ୍ୱର ପାତ୍ରପଡ଼ାର ଏକ ମେଡିସିନାଲ ଗାର୍ଡେନରେ ରଖଯାଇଛି । କିଛି ଦିନ ପରେ ତାକୁ ଗାର୍ଡେନରେ ଖୋଲା ଭାବେ ଛଡ଼ାଯିବ ।

ପକ୍ଷୀଟିକୁ ଜଙ୍ଗଲରେ ଛଡ଼ାଯିବ ପୂର୍ବରୁ ପ୍ରକୃତି ସହ କିଭଳି ଖାପଖୁଆଇ ଚଳିବ ସେ ନେଇ ସମସ୍ତ ସୁବିଧାମାନ କରାଯାଉଛି ।

Comments are closed.