Latest Odisha News

BREAKING NEWS

ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ । ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି । ଆସନ୍ତା ସପ୍ତାହରେ ବିଶେଷଜ୍ଞ କମିଟି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ଚଳିତ ସପ୍ତାହ ସୁଦ୍ଧା କମିଟି ଗଠନ ପାଇଁ ଆଲୋଚନା ହୋଇଥିଲା । ମାତ୍ର କମିଟି ପାଇଁ କେତେଜଣ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ ବି ବ୍ୟକ୍ତିଗତ କାରଣ ଯୋଗୁ ସେମାନେ ଏହି କମିଟିରେ ସାମିଲ ହେବାକୁ ମନା କରିଦେଇଛନ୍ତି । ଯାହା ଫଳରେ କମିଟି ଗଠନରେ ବିଳମ୍ବ ହେଉଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଇସ୍ରାଏଲ ସ୍ପାଏଓ୍ବେର ପେଗାସସ୍ ସହାୟତାରେ ଦେଶର ବହୁ ପୁଞ୍ଜିପତି, ରାଜନେତା, ସାମ୍ବାଦିକ, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟର କେତେଜଣ ବିଚାରପତିଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ସରକାର କମିଟି ଗଠନ କରି ଏହାର ଯାଞ୍ଚ କରିବାକୁ କୋର୍ଟଙ୍କୁ କହିଥିଲେ ବି ରାଷ୍ଟ୍ରର ସୁରକ୍ଷା ପାଇଁ ବିସ୍ତୃତ ସତ୍ୟପାଠ ଦାଖଲ କରିହେବ ନାହିଁ ବୋଲି କହିଥିଲେ । ଯାହାପରେ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରି ପିଟିସନର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.