Latest Odisha News

BREAKING NEWS

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ , ପୁଣି ହାଇକୋର୍ଟରେ ମାମଲା

କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ  ।  କଟକ ବାଲୁବଜାର ଦୁର୍ଗାପୂଜା କମିଟିର ଆବେଦନ ଖାରଜ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ । ସରୋଜ କୁମାର ସିଂ ଓ ଅନ୍ୟ ୩୪ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ମୂର୍ତ୍ତି କାରିଗର, ଡେକୋରେସନ ଏଜେନସୀ, ତାରକସି କାରିଗର ଆଦି ବିଭିନ୍ନ ସଙ୍ଗଠନ ଆବେଦନ କରିଛନ୍ତି ।

ତାରକସି କାରିଗର, ମୂର୍ତ୍ତି କାରିଗର ଭଳି ଅନେକ ଲୋକ ଏହି ଶାରଦୀୟ ପୂଜାରେ ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ମୂର୍ତ୍ତିର ଉଚ୍ଚତା ଛୋଟ ହେବା ଯୋଗୁଁ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଇଥିବା ଆବେଦନରେ ଦର୍ଶାଯାଇଛି ।

ମୂର୍ତ୍ତି ଉଚ୍ଚତା ବୃଦ୍ଧି ନ କଲେ ଏହି କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି । ଆଠ ଫୁଟ ଉଚ୍ଚତାର ମୂର୍ତ୍ତି କରି ପୂଜା ମଣ୍ଡପ ଏବଂ ଏହାର ଆଖପାଖରେ ୧୪୪ ଧାରା ଲାଗୁ କରି ପୂଜା କରିବାକୁ ଆବେଦନରେ ଦର୍ଶାଯାଇଛି ।

Leave A Reply

Your email address will not be published.