Latest Odisha News

BREAKING NEWS

ପେଲେ ଅବସାଦଗ୍ରସ୍ତ, ଚାଲିବୁଲି ପାରୁ ନାହାନ୍ତି

ରିଓ ଡି’ଜାନେରିଓ: ବ୍ରାଜିଲର ମହାନ ଫୁଟବଲ ଖେଳାଳୀ ପେଲେ ଏବେ ମାନସିକ ଅବସାଦଗ୍ରସ୍ତର ଶୀକାର ହୋଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ମଧ୍ୟରେ ରହୁଥିବାରୁ ସେ ଏବେ ଚଲାବୁଲା କରିବାକୁ ମଧ୍ୟ ସକ୍ଷମ ନୁହନ୍ତି । ନିକଟରେ ମୂତ୍ରାଶୟ ସଂକ୍ରମଣ ଯୋଗୁ ସେ ୧୩ ଦିନ ଡାକ୍ତରଖାନାରେ ବିତାଇଥିଲେ ବୋଲି ପୁଅ ଇଡିହ୍ନୋ କହିଛନ୍ତି । ଘରେ ରହିବା ଯୋଗୁ ସେ ମାନସିକ ଅବସାଦଗ୍ରସ୍ତ ହୋଇ ପଡିଛନ୍ତି ।

ରାଜା ଭଳି ଜୀବନ ଯାପନ କରି ଆସିଥିବା ତାଙ୍କ ବାପା (ପେଲେ) ଏବେ ବାହାରକୁ ଯାଇ ପ୍ରଶଂସକଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ଏହା ସମ୍ଭବପର ହେଉ ନାହିଁ ବୋଲି କହିଛନ୍ତି । ପେଲେ ତାଙ୍କ ପ୍ରଫେଶନାଲ କ୍ୟାରିୟରରେ ୧୩୬୩ ମ୍ୟାଚରେ ୧୨୮୧ ଗୋଲ ସ୍କୋର କରିଥିଲେ । ବ୍ରାଜିଲ ପକ୍ଷରୁ ସେ ୯୧ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୭୭ ଗୋଲ ସ୍କୋର କରିଛନ୍ତି ।

Leave A Reply

Your email address will not be published.