Latest Odisha News

BREAKING NEWS

ଜୁଲାଇରୁ ଅନଲାଇନ ପେନସନ ଆବେଦନ, ଅନ୍ୟଥା ଖାରଜ

ବାରିପଦା: ଅବସରପ୍ରାପ୍ତ କର୍ମଚାରୀ ଓ ପେନସନଧାରୀଙ୍କୁ ଜୁଲାଇ ମାସ ଠାରୁ ଅନଲାଇନ ଆବେଦନ କରିବାକୁ ହେବ । ଅନ୍ୟଥା ଦରଖାସ୍ତ ଆସିଲେ ଏହା ଖାରଜ ହେବ ନଚେତ୍ ଗ୍ରହଣ କରାଯିବନି । ଶୁକ୍ରବାର ମୟୁରଭଞ୍ଜ ପେନସନ ଅଦାଲତରେ ବରିଷ୍ଠ ଉପ-ମହାଲେଖାକାର ଶ୍ରୀରାଜ ଅଶୋକ କହିଛନ୍ତି ।

ପ୍ରୟାସ ସମ୍ମିଳନୀରେ ଅନୁଷ୍ଠିତ ଅଦାଲତରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଗତ ତିନି ବର୍ଷର ୧୮୦ଟି ମାମଲା ର ଶୁଣାଣି କରିଛନ୍ତି ।

ରାଜ୍ୟ ସରକାର ୨୦୧୮ ମସିହାରୁ ପେନସନ ଦରଖାସ୍ତ ଅନଲାଇନ ଯୋଗେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ତାହା ଠିକ୍ ରେ କାର୍ଯ୍ୟକାରୀ ହୋଇପାରୁନି । ଆବେଦନକାରୀ ଏହାକୁ ଭୂକ୍ଷେପ ନକରି ପାରମ୍ପରିକ ଭାବେ ଆବେଦନ କରୁଛନ୍ତି । ଯେଉଁଥିରେ ପେନସନ ମଞ୍ଜୁରୀ କରିବା ଅଯଥା ବିଳମ୍ବ ହେଉଛି ବୋଲି ବରିଷ୍ଠ ଉପ-ମହାଲେଖାକାର କହିଥିଲେ । ଜୁଲାଇ ମାସରୁ ଆବେଦନ ଅନଲାଇନ ରେ କରିବାକୁ ଶ୍ରୀ ଅଶୋକ କହିଛନ୍ତି ।

 

Leave A Reply

Your email address will not be published.