Latest Odisha News

BREAKING NEWS

ଆମେରିକା ଗୋଇନ୍ଦା ବିଭାଗର ଚେତାବନୀ: କାର ବମ ବ୍ଲାଷ୍ଟର ଯୋଜନା କରୁଛନ୍ତି ଆତଙ୍କବାଦୀ !

ୱାଶିଂଟନ: କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀମାନେ କାର ବମ ବ୍ଲାଷ୍ଟର ଷଡଯନ୍ତ୍ର ରଚୁଛନ୍ତି ବୋଲି ଆମେରିକା ଗୋଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ଗତକାଲି ଆତ୍ମଘାତୀ ଆକ୍ରମଣ ପରେ ସମ୍ପୃକ୍ତ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଏହି ଆକ୍ରମଣରେ ଆମେରିକାର ୧୨ ମରୀନ କମାଣ୍ଡୋଙ୍କ ସମେତ ୮୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏହି ଘଟଣା ପରେ କାବୁଲ ବିମାନ ବନ୍ଦରରେ ସମସ୍ତ ଫ୍ଲାଇଟ ସେମାନଙ୍କ ଅପରେଶନ ବନ୍ଦ କରି ଦେଇଛନ୍ତି ।

ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.