Latest Odisha News

BREAKING NEWS

ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ବେଳେ ଧରା ପଡ଼ିଲେ ପିଅନ

ପୁରୀ: ଦାନ ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ । ପୁରୀ ଜଗନ୍ନାଥ ମନ୍ଦିର ଦାନ ହୁଣ୍ଡିରୁ ୮୦୦ ଟଙ୍କା ଚୋରି ଅଭିଯୋଗରେ ପୋଲିସ ପିଅନ ସୁଶାନ୍ତ କୁମାର ରାଉତରାୟଙ୍କୁ ଗିରଫ କରିଛି । ଦାନ ହୁଣ୍ଡିରୁ ଟଙ୍କା କଢ଼ାଯାଇ ଗଣତି ବେଳେ ସୁଶାନ୍ତ ଚୋରି କରିଥିବା ଅଭିଯୋଗ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୁଶାନ୍ତ ପିଅନ ଭାବେ କାର୍ଯ୍ୟ କରେ । କାର୍ଯ୍ୟାଳୟ କାମ ସହ ଦାନ ହୁଣ୍ଡି ଟଙ୍କା ଗଣିବା ଦାୟିତ୍ୱରେ ସେ ନିୟୋଜିତ ଥିଲା । ତେବେ ଘଟଣା ଦିନ ସୁଶାନ୍ତ ସିଫ୍ଟ ସରିବା ପୂର୍ବରୁ ଚାଲି ଯାଇଥିଲା । ଯାହାକି ତାକୁ ସମସ୍ତଙ୍କୁ ସନ୍ଦେହ ଘରକୁ ଆଣିଥିଲା ।

ଏହା ପରେ ଅନ୍ୟମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ସିସିଟିଭିରେ ଜଣା ପଡ଼ିଥିଲା ଦାନ ହୁଣ୍ଡିରୁ କିଛି ଟଙ୍କା ସୁଶାନ୍ତ ତା ପକେଟରେ ରଖୁଛି । ଏହାପରେ ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଅବଗତ କରାଯାଇ ସିଂହଦ୍ୱାର ପୋଲିସରେ ଏତଲା ଦିଆଯାଇଥିଲା । ପୋଲିସ ସୁଶାନ୍ତକୁ ଗିରଫ କରିବା ସହ ଚୋରି ଅଭିଯୋଗରେ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.