Latest Odisha News

BREAKING NEWS

ବର୍ଷାଦିନେ ପିନ୍ଧନ୍ତୁ ଏହି ପୋଷାକ, ଷ୍ଟାଇଲିସ୍ ଲୁକ୍ ସାଙ୍ଗକୁ ପାଇବେ ଆରାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷାଦିନେ ପୋଷାକକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଚିନ୍ତା ଥାଏ। ବିଶେଷକରି ମହିଳାମାନଙ୍କର। କାରଣ ଏହିଦିନରେ ପୋଷାକ ଶୁଖିବାରେ ଡେରି ସାଙ୍ଗକୁ କାଦୁଅ ଛିଟିକାର ଭୟ ଥାଏ। ତେଣୁ ବର୍ଷାଦିନେ କିପରି ପୋଷାକ ପିନ୍ଧିଲେ ତାହା ଷ୍ଟାଇଲିସ୍ ଲୁକ୍ ସହ ଆରାମ ଦେବ ସେମିତି ପୋଷାକ ଖୋଜିଥାଆନ୍ତି ମହିଳା।

ସିଫନ କପଡ଼ାରେ ତିଆରି ପୋଷାକର କ୍ରେଜ ପ୍ରାୟ ସବୁ ସମୟରେ ରହିଥାଏ । ବର୍ଷା ଦିନେ ସିଫନର ପୋଷାକ ପିନ୍ଧିଲେ ତାହା ବର୍ଷାରେ ଭିଜିଲେ ମଧ୍ୟ କିଛି ସମୟରେ ଶୁଖିଯାଏ। ଏହା ଅତ୍ୟନ୍ତ ହାଲୁକା ହୋଇଥାଏ। ତେଣୁ ଆରାମ ମଧ୍ୟ ଦେଇଥାଏ। ବର୍ଷାଦିନେ ଆପଣ ଏହି ପୋଷାକ ପିନ୍ଧି ନିଜର କର୍ମସ୍ଥଳକୁ ଯାଇପାରିବେ। କଟନ ବା ସୂତାରେ ଡ୍ରେସକୁ ଲୋକ ସବୁ ୠତୁରେ ପିନ୍ଧିବାକୁ ପସନ୍ଦ କରନ୍ତିା ତେବେ ଆପଣ ବର୍ଷାଦିନେ ମଧ୍ୟ ସୂତା ବା କଟନର ଡ୍ରେସ ପିନ୍ଧିପାରିବେ। ଏପରି ପୋଷାକ ପିନ୍ଧିବା ଦ୍ୱାରା ହାଲୁକା ଲାଗେ । ବର୍ଷାରେ ଆପଣ ଭିଜିଲେ ମଧ୍ୟ ଜଣାପଡ଼େ ନାହିଁ।  କିନ୍ତୁ ଧ୍ୟାନ ରଖିବେ ଯେପରି ପୋଷାକ ଟାଇଟ ଫିଟିଙ୍ଗ ନ ହୋଇଥାଏ। ନଚେତ ଆପଣଙ୍କୁ ଅସହଜ ଅନୁଭବ ହେବ। ବର୍ଷାଦିନେ ନାଇଲନ ଫେବ୍ରିକ ଡ୍ରେସ ଆରାମଦାୟକ ହୋଇଥାଏ। ଏହା ବର୍ଷାରେ ଭିଜିଲେ ମଧ୍ୟ ବହୁତ ଶୀଘ୍ର ଶୁଖିଯାଇଥାଏ। ଖାସ କରି ବର୍ଷା ଦିନେ ଏହି ଡ୍ରେସର ଅଧିକ କ୍ରେଜ ବଢିଥାଏ। କିନ୍ତୁ ଟାଇଟ ଫିଟିଙ୍ଗ ନ ପିନ୍ଧି ଟିକେ ଢିଲା ପୋଷାକ ପିନ୍ଧନ୍ତୁ ଫଳରେ ବର୍ଷାରେ ଭିଜିଲେ ମଧ୍ୟ ପୋଷାକ ଦେହରେ ଲାଗିଲା ଭଳି ଦେଖାଯିବ ନାହିଁ।

ଏହି ଦିନରେ ସ୍କିନ ଫିଟିଙ୍ଗ ଡ୍ରେସ ବା ଟାଇଟ ଫିଟିଙ୍ଗ ଡ୍ରେସ୍ ଜମାରୁ ପିନ୍ଧନ୍ତୁ ନାହିଁ । ଏହା ଟିକେ ଭିଜିଲା ମାତ୍ରେ ଦେହରେ ଲାଗିଯିବ ଭଳି ଦେଖାଯାଏ। ଫଳରେ ଆପଣଙ୍କୁ ଅସହଜତା ଅନୁଭବ ହେବା ସହ ସର୍ଦ୍ଦି ହେବାର ମଧ୍ୟ ଆଶଙ୍କା ରହିଥାଏ। ବର୍ଷାଦିନେ ଯାହା ବି ଡ୍ରେସ ପିନ୍ଧୁଛନ୍ତି, ତା ସହିତ ମ୍ୟାଚିଙ୍ଗ କଲରର ସ୍କାର୍ଫ ବା ଓଢଣୀ ନିଜ ପାଖରେ ସବୁବେଳେ ରଖନ୍ତୁ। ଫଳରେ କେଶ ଓ କାନ ଓଦା ହେବାରୁ ରକ୍ଷାପାଇ ଯିବା ସହିତ ଅଧିକ ଭିଜିଗଲେ ମଧ୍ୟ ସ୍କାର୍ଫ ଶରୀରକୁ ଘୋଡାଇ ରଖିପାରିବେ। ତେଣୁ ଘରୁ ବାହାରିବା କ୍ଷଣି ସ୍କାର୍ଫ ସାଙ୍ଗରେ ନେଇ ବାହାରନ୍ତୁ। ବର୍ଷାଦିନେ ଝିଅମାନଙ୍କ ଭିତରେ ଫ୍ଲୋରାଲ୍ ପ୍ରିଣ୍ଟ ଡ୍ରେସ୍‌ର ଚାହିଦା ମଧ୍ୟ ଅଧିକ ଦେଖିବାକୁ ମିଳିଥାଏ। ଏହାର ରଙ୍ଗବେରଙ୍ଗୀ ପ୍ରିଣ୍ଟ ଓଦା ହେଲେ ବି ଜଣାପଡ଼େ ନାହିଁ। ଏହାସହ ଫ୍ଲୋରାଲ ପ୍ରିଣ୍ଟ ପୋଷାକ ଆପଣଙ୍କୁ ଏକ ୟୁନିକ ଲୁକ ଦେଇଥାଏ। ବର୍ଷା ଦିନେ ଆଦୌ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କାରଣ ସାମାନ୍ୟ ବର୍ଷାରେ ଏହା ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ତେଣୁ ଚେଷ୍ଟା କରିବେ ସବୁବେଳେ ଗାଢ଼ ରଙ୍ଗର ଡ୍ରେସ ପିନ୍ଧିବାକୁ।

Leave A Reply

Your email address will not be published.