Latest Odisha News

BREAKING NEWS

ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଉମାଶଙ୍କର ମିଶ୍ରଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ଥାନୀୟ ଶାରଳା ଭବନରେ ଭାଷା ପ୍ରକାଶନ ଦ୍ବାରା ପ୍ରକାଶିତ ତଥା ଲେଖକ ଉମାଶଙ୍କର ମିଶ୍ରଙ୍କ ରଚିତ ଉପନ୍ୟାସ ‘ରହସ୍ୟାବୃତ୍ତ’ ଓ ଜୀବନୀ ପୁସ୍ତକ ‘ବିଶ୍ୱବିଖ୍ୟାତ ବୈଜ୍ଞାନିକ’ ଉନ୍ମୋଚିତ ହୋଇଯାଇଛି । ଗୋପୀନାଥ ପଣ୍ଡାଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ପରିଷଦର ସାଧାରଣ ସମ୍ପାଦକ ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକଙ୍କ ଭାପତିତ୍ୱରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି, କଥାକାର ତରୁଣ କୁମାର ସାହୁ ମୁଖ୍ୟବକ୍ତା ଏବଂ ସମାଲୋଚକ ଚିତ୍ତରଞ୍ଜନ ପଣ୍ଡା ସମୀକ୍ଷକ ଭାବରେ ଯୋଗ ଦେଇଥିଲେ ।

ଉମାଶଙ୍କରଙ୍କ ପନ୍ୟାସରେ ସର୍ବଧର୍ମର ଅପୂର୍ବ ସମନ୍ଵୟ ସହ ମାନବିକ ଲ୍ୟବୋଧର ଏକ ନିଦର୍ଶନ ଦେଖିବାକୁ ମିଳେ । ସମାଜର ଦଳିତ, ଶୋଷିତ ଓ ନିଷ୍ପେସିତ ଲୋକମାନଙ୍କର କଥାକୁ ବୈଚିତ୍ରମୟ ଶୈଳୀ ଶବ୍ଦ ବିନ୍ୟାସରେ ପୁସ୍ତକଟି ପରିପୁଷ୍ଟ ହୋଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.