Latest Odisha News

BREAKING NEWS

ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଆସିଲେ RT-PCR ଟେଷ୍ଟ ସହ କ୍ୱାରେଣ୍ଟାଇନ କରାଯିବ, ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ଏଣିକି ଅଧିକ ସଂକ୍ରମିତ ରାଜ୍ୟର ଓଡ଼ିଶା ଆସିଲେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ସଂକ୍ରମିତ ପଡ଼ୋଶୀ ରାଜ୍ୟରୁ ଫେରିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଯିବ । ୭ ଦିନରେ ସଂଗରୋଧରେ ରଖାଯିବ । ଏସମ୍ପର୍କରେ ଖୁବ ଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଏଯାଏ ସେଭଳି କିଛି କଟକଣା ହୋଇନି । ଆଗକୁ ବିଶେଷ କରି ଛଡ଼ିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଭଳି ସୀମାନ୍ତବର୍ତ୍ତୀ ଜିଲ୍ଲାରୁ ଓଡ଼ିଶା ଆସିଲେ ସେମାନଙ୍କୁ କୋଭିଡ୍ ଟେଷ୍ଟ ହେବ । ମୁକାବିଲା ପାଇଁ ସବୁ ହସ୍ପିଟାଲକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.