ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ କାହାରି କଥାକୁ ଖାତିର କରନ୍ତି ନାହିଁ । ତାଙ୍କୁ ଯାହା ଠିକ୍ ଲାଗେ ତାହା ପିନ୍ଧିଥାନ୍ତି । ଏବେ ସେଭଳି ଏକ ଲାଲ ରଙ୍ଗର ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ଉର୍ଫି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ଲାଲ ରଙ୍ଗର ଜାଲି ପୋଷାକ ପିନ୍ଧିଛନ୍ତି । ସେ ଟପ୍ ଏବଂ ବଟମ୍ ସହ ହାତରେ ଗ୍ଲୋବ୍ସ ମଧ୍ୟ ପିନ୍ଧିଛନ୍ତି । କେବଳ ଏତିକି ନୁହେଁ ସେ ମୁହଁକୁ ମୁଖା ଦ୍ୱାରା ଘୋଡାଇଛନ୍ତି । ତାଙ୍କର ଏହି ଲୁକ୍ଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଲୁକ୍କୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ତାଙ୍କୁ ରାଜ କୁନ୍ଦ୍ରାଙ୍କ ଭଉଣୀ ବୋଲି କହୁଛନ୍ତି । ଏପରିକି କ’ଣ ଏଭଳି କଲେ ଯେ ତାଙ୍କୁ ମୁହଁ ଲୁଚାଇବାକୁ ପଡ଼ୁଛି ବୋଲି ଅନେକେ ପ୍ରଶ୍ନ ବି କରିଛନ୍ତି ।
କେତେବେଳେ କୁରକୁରେ ପ୍ୟାକେଟ୍ ତ ଆଉ କେତେବେଳେ ମୋବାଇଲ, ବ୍ଲେଡ, ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ । କିଛି ଦିନ ତଳେ ଉର୍ଫି ପାନିଆ,କାର ଖେଳନାରେ ତିଆରି ପୋଷାକ ପିନ୍ଧିଥିଲେ । ଏହାକୁ ବେଶ ଖୁସିରେ ସେ ପିନ୍ଧିବା ସହ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହାର ଭିଡିଓ ଶେୟାର କରିବା ପରେ ଉର୍ଫିଙ୍କୁ ଅନେକ ଟ୍ରୋଲ କରୁ୍ଥିବା ବେଳେ କିଛି ଚକିତ ହୋଇଥାନ୍ତି ।
Comments are closed.