Latest Odisha News

ସୋସିଆ ମିଡିଆରେ ଭାଇରାଲ ହେଉଛି ତରଳ ଲାଭା ଉପରେ ଖାଦ୍ୟ ପ୍ରସ୍ତୁତିର ବିରଳ ଦୃଶ୍ୟ

ଆଇସଲ୍ୟାଣ୍ଡ: ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକ୍ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଭୋଲକାନୋ ବିସ୍ଫୋରଣ ହୋଇଛି। ଶହ ଶହ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିସ୍ଫୋରଣ ଘଟିଛି ଯାହା ଲୋକଙ୍କୁ ଆକର୍ଷିତ କରିଛି।

ଏହି ଅଞ୍ଚଳର ଆଗ୍ନେୟ ଉଦ୍‌ଗୀରଣକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଏହା ଉପରେ ବିଭିନ୍ନ ପରୀକ୍ଷା କରିଛନ୍ତି। ପର୍ବତରୁ ପ୍ରବାହିତ ଲାଭାରେ ବୈଜ୍ଞାନିକମାନେ ହଟ୍‌ ଡଗ୍‌ସ ଏବଂ ଅଣ୍ଡା ଓମ୍‌ଲେଟ୍‌ ପ୍ରସ୍ତୁତ କରୁଥିବାର ଏକ ବିରଳ ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସୋସିଆଲ୍‌ ମିଡିଆରେ ଉତ୍ତପ୍ତ ଲାଭାରେ ବୈଜ୍ଞାନିକମାନଙ୍କର ରାନ୍ଧଣାର ଏକ ଭିଡିଓ ସେୟାର କରାଯାଇଛି। ୟୁଟ୍ୟୁବରେ ଏହି ଭିଡିଓ 58k ଭ୍ୟୁ ହାସଲ କରିସାରିଲାଣି। ଏହି ଭିଡିଓର ଟାଇଟଲ୍ ହେଲା ‘ଆଇସଲ୍ୟାଣ୍ଡ୍ ଭୋଲ୍‌କାନୋ ଅଫରସ୍‌ ଚାନ୍‌ସ ଟୁ ସେଭର୍‌ ହଟ୍‌ ଲାଭା ଡଗ୍‌ସ’।

 

Comments are closed.