Latest Odisha News

BREAKING NEWS

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ: ପୁନଃନିର୍ମାଣ କାର୍ଯ୍ୟର ଆଜି ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ । ଏଥିପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ଏହାକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ଆଜି ଅପରାହ୍ମ ସାଢ଼େ ୫ଟାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ଯୋଗୁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

କଳିଙ୍ଗ ଷ୍ଟୁଡିଓ ନବୀକରଣ କାମ ପାଇଁ ସରକାର ୨୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏଥିରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ କରାଯିବ । କଳିଙ୍ଗ ଷ୍ଟୁଡିଓକୁ ଏକ ପ୍ରମୁଖ କେନ୍ଦ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାର ଭରପୁର ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.